କରୋନା ନେଲା ଆଉ ୧୦ ଜଣଙ୍କ ଜୀବନ, ମୃତ୍ୟୁସଂଖ୍ୟା ୨ ହଜାର ପାର୍

1 min read
More 10 Covid Death In Odisha Last 24 Hour

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ମୃତ୍ୟୁହାର କମ୍ ରହିଛି । ୧୦ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨ ହଜାର ୭ରେ ପହଞ୍ଚିଛି । ବୌଦ୍ଧରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ରାୟଗଡ଼ାରୁ ୨ ଜଣ, ସୁନ୍ଦରଗଡ଼ରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସଂକ୍ରମଣ ଭଳି କୋଭିଡ୍ ମୃତ୍ୟୁରେ ଖୋର୍ଦ୍ଧା ଜିଲ୍ଲା ଶୀର୍ଷରେ ରହିଛି । ୪ ମୃତ୍ୟୁ ସହ ଜିଲ୍ଲାର ମୋଟ କୋଭିଡ୍ ମୃତ୍ୟୁ ୩୫୧କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୮ ହଜାର ୯୭୩ଟି ସକ୍ରିୟ ମାମଲା ରହିଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ୩ ମୃତ୍ୟୁକୁ ମିଶାଇ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୫ ହଜାର ୭୩୫ ଜଣ କରୋନା ଆକ୍ରାନ୍ତ ରହିଛନ୍ତି ।

ରାୟଗଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଏବେ ଜିଲ୍ଲାରେ ୭୫୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ବୌଦ୍ଧ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଜିଲ୍ଲାରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୩୪୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave a Reply