ଦିନକ ବ୍ୟବଧାନ ପରେ ପୁଣି ବଢିଲା କରୋନା ଗ୍ରାଫ୍‌….ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଆଜି ରାଜ୍ୟରେ ଆଉ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟର ମୋଟ ପଜିଟିଭ ସଂଖ୍ୟା ୬୧ରୁ ୬୮କୁ ବୃଦ୍ଧି ହୋଇଛି । ତେବେ ରାଜ୍ୟରେ ଏବେ ୪୩ଟି ଆକ୍ଟିଭ କେସ ରହିଛି । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି ମୋଟ୍ ୧୦ ହଜାର ୬୪୧ ଟି ନମୁନା ପରୀକ୍ଷା ହୋଇଛି । ସେଥି ମଧ୍ୟରୁ ୧୦ ହଜାର ୫ଶହ ୭୩ଟି ନମୁନା ନେଗେଟିଭ ଆସିଛି ।

ତେବେ, ସଂକ୍ରମିତଙ୍କ ବିଷୟରେ ସ୍ୱାସ୍ଥ୍ୟ ବିଭାଗ ଏଯାଏଁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହିଁ ।  ଗତ ୨ ଦିନ ତଳେ ବାଲେଶ୍ୱର ଜିଲ୍ଲାରୁ ମଧ୍ୟ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୫୮ ବର୍ଷ ବୋଲି ଜଣାପଡିଥିଲା । ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ବାଲେଶ୍ୱରରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଆଜି ସକାଳେ ରାଜ୍ୟରେ ପୁଣି ଆଉ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply