କରୋନା ଟିକା ଉତ୍ପାଦନ ଲାଗି ଅଧିକ ଔଷଧ କମ୍ପାନୀଙ୍କୁ ଦିଆଯାଉ ମଞ୍ଜୁରୀ: ନିତିନ ଗଡକରୀ

Time To Show Exit Door From NHAI Minister Nitin Gadkari Blast Official

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନର ଉତ୍ପାଦନ ବଢାଇବା ଲାଗି ଅଧିକ ଔଷଧ କମ୍ପାନୀଙ୍କୁ ମଞ୍ଜୁରୀ ଦିଆଯାଉ ବୋଲି ମଙ୍ଗଳବାର ଦିନ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ। ଏକ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସମ୍ବୋଧନ କରିବା ଅବସରରେ ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ ଚିନ୍ତା କରିବା ଉଚିତ୍ । ଏଥିସହ ଦେଶରେ ଜୀବନ ରକ୍ଷାକାରୀ ଟିକାର ଉତ୍ପାଦନ ବଢାଇବା ଲାଗି ଅଧିକ ଔଷଧ କମ୍ପାନୀକୁ ମଞ୍ଜୁରୀ ପ୍ରଦାନ କରିବା ଲାଗି ଆଇନ୍ ମଧ୍ୟ ପ୍ରସ୍ତୁତ କରାଯିବ । ଏଥିରେ ଔଷଧର ପେଣ୍ଟେଟ ଧାରକକୁ ଅନ୍ୟ ଔଷଧ କମ୍ପାନୀ ଦ୍ୱାରା ୧୦% ରୟାଲଟି ଦେବାର ବ୍ୟବସ୍ଥା କରାଯିବା ଉଚିତ୍ ।

ଯଦି ଟିକା ଉତ୍ପାଦନ ଅନୁସାରେ ଚାହିଦା ଅଧିକ ବଢୁଛି ତାହେଲେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଏଥିପାଇଁ ଗୋଟିଏ କମ୍ପାନୀ ବଦଳରେ ୧୦ରୁ ଅଧିକ କମ୍ପାନୀକୁ ଟିକା ଉତ୍ପାଦନରେ ଲଗାଇବା ଉଚିତ୍ ।

ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏସମ୍ପର୍କରେ ଚିଠି ଲେଖିଥିଲେ । କେନ୍ଦ୍ର ପକ୍ଷରୁ ଟିକା ନିର୍ମାଣ କରୁଥିବା ଦୁଇ କମ୍ପାନୀର ଫର୍ମୁଲା ଅନ୍ୟ ଯୋଗ୍ୟ ଔଷଧ ନିର୍ମାତା କମ୍ପାନୀକୁ ଦିଆଯିବା ଉଚିତ୍ । ଯାହା ଫଳରେ ଟିକାର ଉତ୍ପାଦନ ବଢାଯାଇପାରିବ ।

Leave a Reply