spot_img

Latest Posts

୧୯୯୯ ମହାବାତ୍ୟାରେ ଲିଭି ଯାଇଥିଲା ୧୦ ହଜାରରୁ ଅଧିକ ଜୀବନ: ୨ କୋଟି ଲୋକ ହୋଇଥିଲେ ପ୍ରଭାବିତ

ସୁ ସୁ ଗର୍ଜନ। ବୋମା ଫୁଟିଲା ଭଳି ବିଜୁଳି, ଘଡଘଡି ସହ ଝଡ଼ ବର୍ଷା । ଛାତିଥରା ଦୃଶ୍ୟ । ଶହେରୁ ଦୁଇ ଶହ, ଦୁଇ ଶହରୁ ତିନିଶହ କିମି ବେଗରେ ବହିଥିଲା ପବନ । ଜଳ, ସ୍ଥଳ, ଗିରିବନ, ଗାଁ, ସହରରୁ ସମୁଦ୍ର ସବୁଠି ଧ୍ବଂସର ଲୀଳା । ମହାବାତ୍ୟାର ଆଁରେ ଲୀନ ହେଉଥିଲା ଜନପଦ । ପ୍ରକୃତିର କରାଳ ରୂପ ଦେଖିଥିଲେ ଓଡିଶା ବାସୀ। ଉପକୂଳ ଓଡିଶାରେ ମହାତାଣ୍ଡବ ରଚିଥିଲା ୧୯୯୯ ମହାବାତ୍ୟା। । ୨୬ବର୍ଷର ଏହି କ୍ଷତକୁ ଆଜି ବି ଭୁଲିନାହାନ୍ତି ପୁରୀ ଜିଲ୍ଲାର ଅସ୍ତରଙ୍ଗ ବାସୀ । ପ୍ରଳୟଙ୍କରୀ ମହାବାତ୍ୟାର ବିଭୀଷିକାରେ ଆତ୍ମୀୟକଙ୍କୁ ହରାଇଥିବା ଲୋକଙ୍କ ମନରେ ଲୁହ ଆସିଯାଏ । ନିଜ ସ୍ୱାମୀଙ୍କୁ ହରାଇଥିବା ନୂଆଗଡ ଗାଁର କମଳା ବିଶ୍ବାଳଙ୍କ ଆଖିର ଲୁହ ସେ ଦିନର ଲୋମ ଟାଙ୍କୁରା ଦୃଶ୍ୟକୁ ଆଜି ବି ମନେ ପକାଇ ଦେଉଛି। ସେହିପରି ମଧୁପୁର ଗାଁର କଳ୍ପନା ବେହେରା ନିଜ ପରିବାରର ସମସ୍ତ ସଦସ୍ୟକୁ ହରାଥିଲେ । ସ୍ଵାମୀ, ପୁଅ, ଝିଅ, ଶାଶୂ, ଶ୍ବଶୁର ଓ ଦିଅରଙ୍କୁ ଛଡ଼ାଇନେଇଥିଲା ମହାବାତ୍ୟା । ପୁରୀ ଜିଲ୍ଲାରେ ୩୦୧ଜଣଙ୍କ ଜୀବନ ଯାଇଥିବାବେଳେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

୧୯୯୯ ମହାବାତ୍ୟା ପରେ ଆଉ ୧୨ଟି ପ୍ରଳୟଙ୍କାରୀ ବାତ୍ୟାକୁ ସାମ୍ନା କରିଛନ୍ତି ଅସ୍ତରଙ୍ଗବାସୀ। ପୁରୀ ଜିଲ୍ଲାରେ ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ଥ ଅସ୍ତରଙ୍ଗ ଅଞ୍ଚଳର ଚିତ୍ର ଏବେ ଅନେକ ବଦଳିଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ୧୯ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ବିକାଶର ସ୍ପର୍ଶରେ ଅଞ୍ଚଳର ଚିତ୍ର ବଦଳି ଥିଲେ ମଧ୍ୟ ଗ୍ରାମୀଣ ଆବାସରୁ ବଂଚିତ ଶତାଧିକ ଲୋକଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୂକ୍ତ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । କୁହାଯାଏ ନ ‘ଅଙ୍କ ଦୁର୍ଭିକ୍ଷ ପରେ ଓଡିଶା ଦେଖିଥିଲା ଏମିତି ବଡ଼ ବିପର୍ଯ୍ୟୟ । ଯୁଆଡେ ଚାହିଁଲେ ଦେଖିବାକୁ ମିଳିଥିଲା କୁଢ଼ କୁଢ଼ ମୃତ ଦେହ। କାହାର ଶବ ଗଛ ମୂଳରେ ଲାଗିଥିଲା ତ ଆଉ କାହାର ଶବ ପାଣିରେ ଭାସୁଥିଲା। ସେଦିନ ମହାବାତ୍ୟାକୁ ଦେଖିଥିବା ଲୋକଙ୍କ ମନରୁ ଆଜି ପର୍ଯ୍ୟନ୍ତ ଲିଭିନ ସେହି ହୃଦୟ ବିଦାରକ ଦୃଶ୍ୟ ।

Latest Posts

Don't Miss