spot_img

Latest Posts

କର୍ଣ୍ଣାଟକରେ କାମ ଦେବ କି କଂଗ୍ରେସର ବିକାଶ ନାରା, ଭୋଟ ଦେବେ ୫ କୋଟିରୁ ଊର୍ଦ୍ଧ୍ବ ଭୋଟର

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକ ନିର୍ବାଚନ । ୨୨୪ ଆସନ ପାଇଁ ମଇଦାନରେ ୨ହଜାର ୬୧୩ ପ୍ରାର୍ଥୀ । ନିର୍ବାଚନରେ ଭୋଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫କୋଟିରୁ ଊର୍ଦ୍ଧ୍ବ ଭୋଟର । ୧୩ ତାରିଖରେ ଭୋଟ ଗଣତି । ହାଇ ପ୍ରଫାଇଲ ଆସନ ଉପରେ ସମସ୍ତଙ୍କ ନଜର ରହିଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ସିଦ୍ଧରମୈୟା, ପିସିସି ସଭାପତି ଡି କେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେ, ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ବାସବରାଜ ବୋମାଇ, ୟଦ୍ଦ୍ୟୁରପ୍ପାଙ୍କ ପୁଅ ବି ଓ୍ବାଇ ବିଜୟେନ୍ଦ୍ର, ଜେଡିଏସ ସୁପ୍ରିମୋ ଏଚ ଡି କୁମାରସ୍ବାମୀ ପ୍ରମୁଖଙ୍କ ଆସନ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।

ସେପଟେ ଏକାଧିକ ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ସର୍ଭେରେ କଂଗ୍ରେସକୁ ବହୁମତ ମିଳିଥିବା ବେଳେ ବିଜେପି ପାଇଁ ଏହା ଟେନସନ ବଢ଼ାଇ ଦେଇଛି । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର କ୍ୟାମ୍ପେନର ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଚାର କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କୁ ନେଇ ମଇଦାନକୁ ଓହ୍ଲାଇଥିଲା ବିଜେପି ।

ବିଜୟନଗର, ବେଙ୍ଗାଳୁରୁରେ ପ୍ରିୟଙ୍କା ରୋଡ ଶୋ କରିବା ସହ ଜନସଭାକୁ ସମ୍ବୋଧିତ କରିଥିଲେ । ବେଙ୍ଗାଳୁରୁରେ ଆୟୋଜିତ ଏକ ବିରାଟ ଜନସଭାରେ ସାମିଲ ହୋଇଥିଲେ ପିସିସି ସଭାପତି ଡି କେ ଶିବକୁମାର । ବେରୋଜଗାରୀ, ଭ୍ରଷ୍ଟାଚାର, ପିସି କାରବାରକୁ କଂଗ୍ରେସ ମୁଖ୍ୟ ମୁଦ୍ଦା କରିଛି ।

Latest Posts

Don't Miss