spot_img

Latest Posts

ବିଶ୍ୱବ୍ୟାପୀ ୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ ଆକ୍ରାନ୍ତ: ୩୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ବିଶ୍ୱରେ କୋଭିଡ୍‌-୧୯ ପ୍ରକୋପ। ୧୯୯ଟି ଦେଶରେ ୭ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଯାଏଁ ୩୪ ହଜାର ଜୀବନ ନେଲାଣି ଭୟଙ୍କର କରୋନା ଭାଇରସ୍‌।

ଆମେରିକାରେ ସ୍ଥିତି ସଂକଟାପନ୍ନ ରହିଛି। ଦୁଇ ଦିନ ଭିତରେ ମୃତ୍ୟୁ ସଂଖ୍ୟା ୨ଗୁଣା ହୋଇଛି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ନ୍ୟୁୟର୍କ । ଆମେରିକାରେ ୨୫ଶହରୁ ଅଧିକ କରୋନାରେ ପ୍ରାଣ ହରାଇଛନ୍ତି। ଆସନ୍ତା୨ ସପ୍ତାହରେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ସର୍ବାଧିକ ହେବା ନେଇ ଡୋନାଲ୍‌ଡ ଟ୍ରମ୍ପ ଆଶଙ୍କା କରିଛନ୍ତି।

ଏପରିକି ୨ ଲକ୍ଷ ଡେଇଁପାରେ ମୃତ୍ୟୁ ସଂଖ୍ୟା। ତେଣୁ ସଂକ୍ରମଣ ରୋକିବାକୁ ହୋଇଥିବା ସାମାଜିକ ଦୂରତା ସମୟସୀମା ଏପ୍ରିଲ ୩୦ ଯାଏଁ ବଢାଯାଇଛି। ସେପଟେ କରୋନା ସଂକ୍ରମଣରେ ସ୍ପେନ୍‌ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ହୋଇଛି।

କରୋନା କେନ୍ଦ୍ର ପାଲଟିଥିବା ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୦ହଜାର ଟପିଛି। ଚିକିତ୍ସା କରୁଥିବା ୫୧ ଜଣ ଡାକ୍ତରଙ୍କ ଜୀବନ ଯାଇଛି। ଫ୍ରାନ୍‌ସରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୨ଜଣ ପ୍ରାଣ ହରାଇଛନ୍ତି। ଜାନୁଆରୀ ୧୯ରେ ସାରା ବିଶ୍ୱରେ ମାତ୍ର ଶହେ ଲୋକ ସଂକ୍ରମିତ ଥିବା ବେଳେ ଏବେ ଏସଂଖ୍ୟା ୭ଲକ୍ଷ ଟପିଛି।

Latest Posts

Don't Miss