କଟକ ଜିଲ୍ଲାରେ ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ

କଟକ: କଟକ ଜିଲ୍ଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ। ଆଇସିସି ରିପୋର୍ଟ ନଦେବାରୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ। ଆଇସିସି ରିପୋର୍ଟ ନ ଦେବା ପର୍ଯ୍ୟନ୍ତ ମିଳିବ ନାହିଁ ଦରମା। ଜିଲ୍ଲାରେ ଥିବା ୨୧୦ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଆଇସିସି ରିପୋର୍ଟ ମଗା ଯାଇଥିଲା। କିଏ ଆଇସିସିରେ ରିପୋର୍ଟ କରିଛନ୍ତି ? ରିପୋର୍ଟ ଆସିବା ପରେ ଆଇସିସି ଘଟଣାର କ’ଣ ଅନୁଧ୍ୟାନ କରିଛି ? ଅଭିଯୋଗ କରିଥିବା ମହିଳାଙ୍କ ଯୋଗାଯୋଗ ଠିକଣା ସହ ଅନୁଷ୍ଠାନ ମୁଖ୍ୟଙ୍କ ହସ୍ତାକ୍ଷର ସହ ରିପୋର୍ଟ ମଗାଯାଇଥିଲା। ଅଧାରୁ କମ କଲେଜ ଚିଠିର ଉତ୍ତର ଦେଇ ପାରିନାହାନ୍ତି। ବାରମ୍ବାର ଜିଲା ପ୍ରଶାସନ ପକ୍ଷରୁ ଆଇସିସି ରିପୋର୍ଟ ମଗାଯାଇଥିଲା। କିନ୍ତୁ ରିପୋର୍ଟ ନ ଦେବାରୁ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସେମାନଙ୍କ ଦରମା ବନ୍ଦ କରାଯାଇଛି।