ପାଠକ ବାପ-ପୁଅଙ୍କ ନାଁରେ ରୁଜୁ ହେଲା ଆଉ ୩ଟି ମାମଲା, ରିମାଣ୍ଡରେ ଆଣିବ ପୋଲିସ

1 min read
More Three FIR Registered Against Pathak Father And Son in Golanthara PS Ganjam

ବ୍ରହ୍ମପୁର: ଠକ ପାଠକ ବାପ-ପୁଅଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ ହୋଇଛି । ଗଞ୍ଜାମର ଗୋଳନ୍ଥରା ଥାନାରେ ଆଉ ୩ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଗୋଳନ୍ଥରା ଥାନାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ମାମଲା ହୋଇଥିଲା । ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଜେରା କରାଯାଇଥିଲା ।

More Three FIR Registered Against Pathak Father And Son in Golanthara PS Ganjam

ଏବେ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ବିରୋଧରେ ରୁଜୁ ହୋଇଥିବା ୩ ମାମଲାରେ ଉଭୟଙ୍କୁ ରିମାଣ୍ଡରେ ଅଣାଯିବ । ଏଥିପାଇଁ ବାପ-ପୁଅଙ୍କୁ ଆସନ୍ତାକାଲି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯିବାର ସମ୍ଭାବନା ରହିଛି । ପାଠକ ବାପ-ପୁଅ ଭୁବନେଶ୍ୱର ଝାରପଡ଼ା ଜେଲରେ ଥିବାରୁ ଉଭୟଙ୍କୁ ଆଣିବାକୁ ଏସକର୍ଟ ଟିମ୍ ଯାଇଥିବା ସୂଚନା ମିଳିଛି ।

More Three FIR Registered Against Pathak Father And Son in Golanthara PS Ganjam

ଗତ ନଭେମ୍ବର ମାସ ୨୫ ଓ ୨୬ରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସହ ରାଜ୍ୟ ବାହାରର ୧୨ଟି ସ୍ଥାନରେ ମାରାଥନ୍ ରେଡ୍ କରିଥିଲା । ଅଭୟଙ୍କ ଅମାପ ସମ୍ପତ୍ତି ଖୋସି ଦେଇଥିଲା ଭିଜିଲାନ୍ସ ଅଧିକାରୀଙ୍କ ଆଖି । ତା’ପରେ ଭିଜିଲାନ୍ସ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଗିରଫ କରିଥିଲା । ଟାଟା ମୋଟର୍ସ ମାମଲାରେ ଆକାଶଙ୍କୁ ବି ଗିରଫ କରିଥିଲା ଭିଜିଲାନ୍ସ । ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପାଠକ ବାପ-ପୁଅଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ । ଉଭୟଙ୍କ ନାଁରେ ଏକାଧିକ ମାମଲା ଥିବାରୁ ସେମାନେ ଏବେ ଜେଲରେ ଅଛନ୍ତି ।

ଏଥିସହ ପଢ଼ନ୍ତୁ- ପାଠକ ବାପପୁଅଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଲେ ଭିଜିଲାନ୍ସ କୋର୍ଟ

Leave a Reply