ଦ୍ୱିତୀୟ ଲହରରେ ସଂକ୍ରମିତ ଅଧିକ ମହିଳା, ୩୪ % ମହିଳା କରୋନା ଆକ୍ରାନ୍ତ

1 min read

ଭୁବନେଶ୍ବର: କରୋନା ଦ୍ୱିତୀୟ ଲହରରେ ସଂକ୍ରମିତ ହେଉଛନ୍ତି ଅଧିକ ମହିଳା । ପ୍ରଥମ ଲହର ବେଳେ ଦେଶରେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା ବେଳେ ଦ୍ବିତୀୟ ଲହରରେ ଅଧିକ ମହିଳା ଆକ୍ରାନ୍ତ ହେଉଥିବା ରିପୋର୍ଟ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଗତବର୍ଷ ଜୁଲାଇ ସୁଦ୍ଧା ୩୪ % ମହିଳା କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ଦେଶରେ ୩୮ ଦଶମିକ ୫ ପ୍ରତିଶତ ମହିଳା ସଂକ୍ରମିତ ହୋଇଛନ୍ତି ।

ହେଲେ ମୃତକ ସଂଖ୍ୟା ପୂର୍ବପରି ୫୦ ପ୍ରତିଶତ ରହିଛି । ମୃତକଙ୍କ ମଧ୍ୟରେ ପରୁଷ-ମହିଳା ୫୦ ପ୍ରତିଶତ ଲେଖାଏଁ ରହିଛନ୍ତି ବୋଲି ନିଜାମାବାଦ ସରକାରୀ ଜେନେରାଲ ହସ୍ପିଟାଲର ଆସୋସିଏଟ ପ୍ରଫେସର ଡା. କିରଣ ମାଦଳା ଏହି ସୂଚନା ଦେଇଛନ୍ତି । ପୂର୍ବରୁ ମହିଳା ସଂକ୍ରମିତଙ୍କ ମଧ୍ୟରୁ ୩୩ ପ୍ରତିଶତ ଆଇସିୟୁରେ ଭର୍ତ୍ତି ହେଉଥିବା ବେଳେ ଏବେ ଏହା ୩୯ ପ୍ରତିଶତ ହୋଇଛି ।

ପ୍ରାପ୍ତ ତଥ୍ୟ ଅନୁସାରେ, ବିହାରରେ ସବୁଠୁ ଅଧିକ ୪୨ ପ୍ରତିଶତ ମହିଳା କରୋନା ଆକ୍ରାନ୍ତ ହେଉଥିବା ବେଳେ ମହାରାଷ୍ଟ୍ରରେ ୩୮%, କର୍ଣ୍ଣାଟକରେ ୩୬ ଓ ତାମିଲନାଡୁରେ ୩୨ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଝାରଖଣ୍ଡରେ ସବୁଠ କମ୍ ୨୫ ପ୍ରତିଶତ ମହିଳା କରୋନା ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି ।

Leave a Reply