ଆଜିଠୁ ପୁଣି ସକାଳୁଆ ସ୍କୁଲ, ସାଢ଼େ ୬ରୁ ୧୧ଟା ଯାଏଁ ପାଠପଢା

ଭୁବନେଶ୍ୱର: ପୁଣି ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ସକାଳ ୭ଟାରୁ ସାଢ଼େ ୧୧ଟା ବଦଳରେ ସାଢ଼େ ୬ରୁ ୧୧ଟା ଯାଏଁ ଶ୍ରେଣୀରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଗ୍ରୀଷ୍ମ ପ୍ରବାହର ସ୍ଥିତି ଦେଖି ଜିଲ୍ଲାପାଳ ମାନେ ଚାହିଁଲେ କ୍ଲାସ ଟାଇମିଂ ପରିବର୍ତ୍ତନ କରିପାରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

ସେହିଭଳି ଆଜିଠୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ୭ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲିଛି। ସ୍କୁଲରେ ପାନୀୟଜଳ ଓ ଅନ୍ୟାନ୍ୟ ସୁବିଧା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଏପ୍ରିଲ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଥିଲା।