spot_img

Latest Posts

ଗୋଟିଏ ବେଦିରେ ଏକାଠି ବାହାହେଲେ ମା’ଓ ଝିଅ

ଗୋରଖପୁର: ଏକାବେଳେ ବାହାହେଲେ ମାଆ ଓ ଝିଅ। ଏଭଳି ଏକ ନିଆରା ବାହାଘର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ୟୁପିର ଗୋରଖପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ବାହାଘର। ଯେଉଁଠି ୫୩ ବର୍ଷୀୟା ମା’ ଓ ୨୭ ବର୍ଷୀୟା ଝିଅ ଏକାଠି ବେଦିରେ ବସିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ସାମୂହିକ ବିବାହ ଯୋଜନାରେ ଉଭୟ ବିବାହ କରିଛନ୍ତି।

ଗୋରଖପୁରର ପିପରୌଲି ବ୍ଲକର ବେଲି ଦେବିଙ୍କର ଦୁଇ ଝିଅ ଓ ଦୁଇ ପୁଅଙ୍କ ବିବାହ ପରେ ସେ ଏହି ସାମୂହିକ ବିବାହ ଯୋଜନାରେ ନିଜ ସାନ ଝିଅ ଇନ୍ଦୁଙ୍କର ବିବାହ କରିବାକୁ ସ୍ଥିର କରିଥିଲେ। ସବୁଠୁ ରୋଚକ କଥା ହେଉଛି ବେଲି ଦେବି ପ୍ରଥମେ କନ୍ୟା ଦାନ କରି କର୍ତ୍ତବ୍ୟ ତୁଲାଇବା ପରେ ନିଜେ ମଧ୍ୟ ବେଦିରେ କନିଆ ସାଜି ବସିଥିଲେ ଓ ନୂଆ ଜୀବନସାଥୀଙ୍କ ହାତ ଧରିଥିଲେ। ବେଲି ଦେବି ନିଜର ୫୫ ବର୍ଷୀୟ ଦିଅର ଜଗଦିଶଙ୍କୁ ବିବାହ କରିଛନ୍ତି।

ବାସ୍ତବରେ ବେଲି ଦେବୀ ଜଣେ ବିଧବା ଥିଲେ। ସମସ୍ତ ପିଲାଙ୍କ ବିବାହ ପରେ ଏକାକି ଜୀବନ ବିତାଇବା ତାଙ୍କ ପାଇଁ ବଡ଼ କଷ୍ଟସାଧ୍ୟ ହୋଇପଡ଼ିବ। ତେଣୁ ସେ ନିଜ ଅବିବାହିତ ଦିଅରଙ୍କୁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଲେ। ତେବେ ଏହି ନିଷ୍ପତ୍ତିରେ ବେଲି ଦେବୀଙ୍କ ସମସ୍ତ ସନ୍ତାନ ମଧ୍ୟ ବେଶ୍ ଖୁସି ଅଛନ୍ତି।

ସୂଚନାଯୋଗ୍ୟ, ୨୫ ବର୍ଷ ତଳେ ବେଲି ଦେବୀଙ୍କର ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା। ପ୍ରଥମ ସ୍ୱାମୀଙ୍କଠାରୁ ତାଙ୍କର ଦୁଇ ପୁଅ ଓ ତିନି ଝିଅ ଅଛନ୍ତି। ୨୫ ବର୍ଷ ଧରି ଏକାକୀ ଜୀବନ କାଟୁଥିବା ବେଲି ଦେବୀ ପରିବାରର ପରାମର୍ଶ ପରେ ହିଁ ନିଜ ଦିଅରଙ୍କୁ ବିବାହ କରିଛନ୍ତି। ଜଗଦୀଶ ନିଜର ତିନି ଭାଇଙ୍କ ମଧ୍ୟରୁ ସବୁଠାରୁ ସାନ। ନିଜ ପରିବାରର ଭରଣପୋଷଣ କରୁଥିବା ଜଗଦୀଶ ଅବିବାହିତ ରହି ଜୀବନ କାଟୁଥିଲେ।

 

 

.

 

Latest Posts

Don't Miss