ଅଷ୍ଟମ ପାସ୍ ଡାକ୍ତର କଲେ ପ୍ରସୂତିଙ୍କ ଅପରେସନ୍, ମାଆ ଓ ନବଜାତକ ମୃତ

1 min read
Mother And Infant Bleed To Death After Class 8th Pass Doctor Performs Surgery

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୁଲତାନପୁରରୁ ଆସିଛି ଡରେଇ ଦେବା ଭଳି ଘଟଣା । ଯେଉଁଠି ଜଣେ ଅଷ୍ଟମ ପାସ୍ ଡାକ୍ତର (କ୍ୱାକ୍) କରିଛନ୍ତି ପ୍ରସୂତିଙ୍କ ଅପରେସନ୍ । ମାର୍ଚ୍ଚ ୧୭ ବୁଧବାର କ୍ୱାକ୍ ଜଣଙ୍କ ପ୍ରସୂତିଙ୍କ ଅସ୍ତ୍ରପୋଚର କରିଥିଲେ । ଅପରେସନ୍ ପରେ ଅବସ୍ଥା ବିଗିଡ଼ିଲା ତ ବିନା ରେଫରରେ ଲକ୍ଷ୍ନୌ ପଠାଇ ଦେଇଥିଲେ ଏବଂ ରାସ୍ତାରେ ହିଁ ମାଆ ସହ ନବଜାତକର ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ପରେ ମାମଲା ରୁଜୁ କରିଛି ପୋଲିସ ।

ଅଭିଯୋଗ ପରେ ଯେତେବେଳେ ପୋଲିସ ଅନୁସନ୍ଧାନ ଆରମ୍ଭ କଲା ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସୁଲତାନପୁରରେ ଥିବା ମାଆ ଶାରଦା ହସ୍ପିଟାଲ ଏବଂ ଜଚ୍ଚା-ବଚ୍ଚା କେନ୍ଦ୍ରର ସଞ୍ଚାଳକ ଦ୍ୱାଦଶ ପାସ୍ ହୋଇଥିବା ବେଳେ ଡାକ୍ତର ଅଷ୍ଟମ ପାସ୍ ଜଣାପଡ଼ିଥିଲା ।

ବଲଦିରାୟ ଥାନା ପୁରୱା ଗାଁର ପୁନମ ଗର୍ଭବତି ଥିଲେ । ମଙ୍ଗଳବାର ରାତିରେ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକ ଅରୱଲ ସ୍ଥିତ ମାଆ ଶାରଦା ହସ୍ପିଟାଲକୁ ନେଇଥିଲେ । ଡାକ୍ତରଙ୍କ ଅସ୍ତ୍ରପୋଚାର ପରେ ରକ୍ତସ୍ରାବ ହୋଇ ମାଆ ଓ ନବଜାତକର ଅବସ୍ଥା ବିଗିଡ଼ିଥିଲା । ପରେ ବିନା ରେଫରରେ ଲକ୍ଷ୍ନୌ ପଠାଇବା ବେଳେ ଉଭୟଙ୍କ ମୃତ୍ୟୁ ରାସ୍ତାରେ ହୋଇଛି ।

Mother And Infant Bleed To Death After Class 8th Pass Doctor Performs Surgery

ଏହାପରେ ପୁନମଙ୍କ ପରିବାର ଥାନାରେ ହସ୍ପିଟାଲ ସଞ୍ଚାଳକ, ଡାକ୍ତର ଓ ସହଯୋଗୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ଯାଞ୍ଚ ପରେ ଡାକ୍ତର ଓ ହସ୍ପିଟାଲ ସଞ୍ଚାଳକଙ୍କୁ ଗିରଫ କରିଛି । ହସ୍ପିଟାଲ ସଞ୍ଚାଳକ ରାଜେଶ ସାହନୀ ଦ୍ୱାଦଶ ପାସ୍ କରିଥିବା ବେଳେ ସେଠାରେ ଡାକ୍ତର କୁହାଯାଉଥିବା ରାଜେନ୍ଦ୍ର ପ୍ରସାଦ ଶୁକ୍ଳା ଅଷ୍ଟମ ପାସ୍ କରିଛନ୍ତି । ତାଙ୍କ ସହଯୋଗୀ ପଞ୍ଚମ ପାସ୍ ବୋଲି ଜଣାପଡ଼ିଛି ।

କାହାରି ପାଖେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ କୌଣସି ଜ୍ଞାନ ନଥାଇ ଏମାନେ ଦୀର୍ଘ ଦିନରୁ ମେଡିକାଲ୍ ଖୋଲି ଏଠି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିଲେ । ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଭଳି ହସ୍ପିଟାଲକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply