୨ ଛୁଆଙ୍କୁ ପୋଡ଼ିବା ସହ ନିଜେ ଜଳିଗଲା ମାଆ

ରାଜନଗର: ଲକଡାଉନ୍ ଭିତରେ ବୃଦ୍ଧି ପାଉଛି ଘରୋଇ କଳି । କାମଧନ୍ଦା ବନ୍ଦ ଥିବାରୁ ଗରିବ ଲୋକ ଚଳିବା ମୁସ୍କିଲ୍ ହୋଇ ଗଲାଣି । ଏହାରି ଭିତରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଭୋପାଳ ଗାଁରେ ଏକ ଏଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଚରମ ନିଷ୍ପତ୍ତି ନେଇଛି ମାଆ ।

ଜନ୍ମ କଲା ୨ ନାବାଳକ ପୁଅଙ୍କୁ କିରୋସିନି ଢ଼ାଳି ନିଆଁ ଲଗାଇବା ପରେ ସେହି ନିଆଁରେ ପୋଡ଼ି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛି ମାଆ । ଗାଁ ଲୋକ ଚିତ୍କାର ଶୁଣି କବାଟ ଭାଙ୍ଗି ୨ ପୁଅ ଓ ମାଆଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଜଣ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ରହିଛି ।

ସାନ ପୁଅ ଓ ମାଆର ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ, କେଉଁ କାରଣରୁ ମହିଳା ଜଣଙ୍କ ଏଭଳି ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ । ଆର୍ଥିକ ସଂକଟ ଯୋଗୁଁ ସମୁହ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।

Leave a Reply