ବଲାଙ୍ଗୀର: ବଲାଙ୍ଗୀର ଗାନ୍ଧୀନଗରପଡା ଠାରେ ମର୍ମନ୍ତୁଦ ଦୁର୍ଘଟଣା ମାଆ ଝିଅଙ୍କୁ ଚାପିଦେଲା ଟ୍ରକ । ମାଆଙ୍କୁ ସ୍କୁଟିରେ ନେଇ ହସ୍ପିଟାଲ ଛାଡିବାକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ମୃତକ ହେଲେ ତାଳପାଲିପଡାର ସୁନିତା ନାଗ ଓ ଶ୍ରୁତି ନାଗ । ସୁନିତା ନାଗ ଏକ ଘରୋଇ ହସ୍ପିଟାଲରେ କର୍ମଚାରୀ ଥିଲେ । ମାଆଙ୍କୁ ହସ୍ପିଟାଲ ଛାଡି ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ଘଟାଇ ଟ୍ରକ୍ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ।
ଘଟଣାସ୍ଥଳରେ ଟାଉନ୍ ଥାନା ଅଧିକାରୀ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ମୃତଦେହ ଜବତ କରିଛନ୍ତି। ଦୀର୍ଘ ବର୍ଷ ଧରି ବଲାଙ୍ଗୀର ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସହର ମଧ୍ୟ ଦେଇ ଭାରି ଯାନବାହାନ ଚଳାଚଳ କରୁଛି । ଯାହା ଫଳରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଦୁର୍ଘଟଣାରେ ଅନେକ ଜୀବନ ଅକାଳରେ ଚାଲିଯାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

