ଆସୁଛି Motorolaର ନୂଆ ସ୍ମାର୍ଟଫୋନ୍, ୨୦ରେ ଭାରତରେ ଲଞ୍ଚ

1 min read

ନୂଆଦିଲ୍ଲୀ: Moto G60 ଓ Moto G40 Fusion ସ୍ମାର୍ଟଫୋନ୍ ଭାରତରେ ଏପ୍ରିଲ୍ ୨୦ ତାରିଖରେ ଲଞ୍ଚ ହେବାକୁ ଯାଉଛି । ଏସବୁ ଫୋନ୍ ଫ୍ଲିପକାର୍ଟରେ ବିକ୍ରି ହେବ ବୋଲି କମ୍ପାନୀ ସୂଚନା ଦେଇଛି । ଏମତିକି କମ୍ପାନୀ ଟିଜର ବି ଜାରି କରିବା ସହ ଦୁଇ ନୂଆ ଫୋନ୍ସ ସମ୍ପର୍କରେ କିଛି ସ୍ପେସିଫିକେସନ୍ ଦେଇଛି।

ଏହି ଦୁଇ ଫୋନ୍ ଭାରତରେ ଏପ୍ରିଲ୍ ୨୦ ତାରିଖ ଦ୍ୱିପ୍ରହର ୧୨ଟାରେ ଲଞ୍ଚ ହେବ । ଏନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Moto G60 ଓ Moto G40 Fusionର ସ୍ପେସିଫିକେସନ୍

Moto G60ରେ ମେଜର ସ୍ପେସିଫିକେସନ୍ସ ସମ୍ପର୍କରେ ଫ୍ଲିପକାର୍ଟ ଓ ଟ୍ୱିଟରରେ ସୂଚନା ଦିଆଯାଇଛି । ଏହି ଫୋନ୍ ଆଣ୍ଡ୍ରୋଏଡ୍ 11 OS ରେ ଚାଲିବ । ଏଥିରେ HDR 10 ସର୍ପୋଟ୍ ଓ 120Hz ରିଫ୍ରେଶ ରେଟ୍ ସହ ୟୁଜର୍ସଙ୍କୁ ୬.୮ ଇଞ୍ଚ ହୋଲ-ପଞ୍ଚ ଡିସପ୍ଲେ ମିଳିବ । 6,000mAh ବ୍ୟାଟେରୀ ରହିଛି।

Moto G60ର ରିୟର ପେନେଲରେ 108MP କ୍ୟାମେରା ମିଳିବ । ଏହା ସହ ଟ୍ରିପଲ୍ କ୍ୟାମେରା ସେଟଅପରେ 108MP ପ୍ରାଇମେରି କ୍ୟାମେରା ବ୍ୟତୀତ 8MP ଅଲ୍ଟ୍ରା-ୱାଇଡ୍ ଏଙ୍ଗଲ୍ କ୍ୟାମେରା ଓ ଡେପଥ୍ ସେନ୍ସର ରହିଛି । 32MP ଫ୍ରଣ୍ଟ କ୍ୟାମେରା ରହିଛି ।

Moto G40 Fusionରେ ରିୟର 64MP ମେନ୍ ସେନସର ରହିଛି । ଏଥିସହ Moto G60 ର ଡିସପ୍ଲେ ଓ ପ୍ରୋସେସର ରହିିଛି । ମୋଟୋରୋଲା ପକ୍ଷରୁ ଆଣ୍ଡ-ଟୁ-ଆଣ୍ଡ ମୋବାଇଲ୍ ସିକ୍ୟୁରିଟି ସଲ୍ୟୁସନ୍ ପାଇଁ ThinkShield ସହ ବୁଝାମଣା କରିଛି।

Moto G60 ବ୍ଲୁ ଓ ଗ୍ରେ ରଙ୍ଗ ଏବଂ Moto G40 ଗ୍ଲସି ବ୍ଲୁ ଓ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହୋଇପାରେ । Moto G60 ସ୍ମାର୍ଟଫୋନ୍ 6GB ରାମ୍ ଓ Moto G40 Fusion 4GB ରାମ୍ ସହ ବଜାରକୁ ଆସୁଛି । ଏଥିରେ ଡେଡିକେଟେଡ୍ ଗୁଗୁଲ୍ ଆସିଷ୍ଟାଣ୍ଟ୍ ବଟନ୍ ରହିଛି ।

Leave a Reply