spot_img

Latest Posts

ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ; କହିଲେ- ଜବତ ଟଙ୍କା ମୋର ବ୍ୟକ୍ତିଗତ ଟଙ୍କା ନୁହେଁ

ଭୁବନେଶ୍ୱର: ୩୫୦ରୁ ଅଧିକ କୋଟି ଟଙ୍କା ଆୟକର ବିଭାଗ ଜବତ କରିବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । ଜବତ ଟଙ୍କା ମୋର ବ୍ୟକ୍ତିଗତ ଟଙ୍କା ନୁହେଁ ବୋଲି ସେ କହିଛନ୍ତି । କୌଣସି ରାଜନୈତିକ ଦଳ ସହ ଏହି ଟଙ୍କା ଜଡ଼ିତ ନୁହେଁ। ଏହା ପାରିବାରିକ ବ୍ୟବସାୟ ସହ ଜଡିତ ରହିଛି।

ଶହେରୁ ଅଧିକ ବର୍ଷ ଧରି ମଦ ବ୍ୟବସାୟ କରିଆସୁଛି ଆମ ପରିବାର। ଏଭଳି ଘଟଣା ପ୍ରଥମ ଥର ପାଇଁ ମୋ ସହ ହୋଇଛି ବୋଲି କହିଛନ୍ତି ଧୀରଜ ସାହୁ । ପୂର୍ବରୁ ଗଣମାଧ୍ୟମର ସାମ୍ନାକୁ ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି କାରଣବଶଃତ ସେ ଆସିପାରିନଥିଲେ। ସେ ସିଧାସଳଖ ରାଜନୀତି ସହ ଜଡ଼ିତ ଅଛନ୍ତି । ସେ ବ୍ୟବସାୟ କଥା ଏତେ ବୁଝନ୍ତି ନାହିଁ। ତାଙ୍କ ଭାଇ ଓ ବାପା ବିଭିନ୍ନ ରାଜ୍ୟରେ ବ୍ୟବସାୟ କରିଛନ୍ତି। ଏହି ଟଙ୍କା କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ସହ ଜଡ଼ିତ ନୁହେଁ।

ମଦ ବ୍ୟବସାୟ କ୍ୟାସରେ କାରବାର ହେଉଥିବାରୁ ଜବତ ଟଙ୍କା ମଦ ବିକ୍ରି ଓ କଲେକସନରୁ ଆସିଛି। ଏହି ଟଙ୍କାର ହିସାବ ଆମ ପରିବାର ନିଶ୍ଚୟ ଦେବ । ଆମ ପରିବାର ପକ୍ଷରୁ ଅନେକ ସମାଜ ସେବା ମଧ୍ୟ କରାଯାଉଛି । ସ୍କୁଲ ଓ କଲେଜ ମଧ୍ୟ ଖୋଲାଯାଇଛି । ଆମ ବ୍ୟବସାୟରୁ ସରକାରଙ୍କୁ ରାଜସ୍ବ ମଧ୍ୟ ମିଳିଛି ବୋଲି କହିଛନ୍ତି କଂଗ୍ରେସ ସାଂସଦ ଧୀରଜ ସାହୁ । ଓଡ଼ିଶା ସହ ଝାଡ଼ଖଣ୍ଡରେ ସପ୍ତାହେରୁ ଅଧିକ ଦିନ ହେଲା ଆୟକର ବିଭାଗର ରେଡ ଚାଲିଥିଲା।

Latest Posts

Don't Miss