ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିଲା ଆରବିଆଇ

1 min read

ନୂଆଦିଲ୍ଲୀ: ନବମ ଥର ଲାଗି ରେପୋରେଟ ଅପରିବର୍ତ୍ତିତ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆଜି ଘୋଷିତ ମୁଦ୍ରାନୀତି ଅନୁସାରେ ରେପୋ ରେଟକୁ ଅପରିବର୍ତ୍ତିତ ୪ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ସେହିପରି ରିଭର୍ସ ରେପୋ ରେଟକୁ ବି ଅପରିବର୍ତ୍ତିତ ରଖାଯାଇଛି । ଏହି ହାର ରହିଛି ୩. ୩୫ ପ୍ରତିଶତ । ରେପୋରେଟ ଅପରିବର୍ତ୍ତିତ ରଖିବା ଲାଗି ୬ ସଦସ୍ୟ ବିଶିଷ୍ଟ ଆର୍ଥିକ ନୀତି କମିଟି ବା ଏମପିସିର ସର୍ବସମ୍ମତି ନିଷ୍ପତ୍ତି ପରେ ଏହି ଘୋଷଣା କରାଯାଇଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏମପିସି ବୈଠକରେ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ବା ଏମଏସଏଫରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଏହି ହାର ରହିଛି ୪.୨୫ ପ୍ରତିଶତ । ଦେଶରେ ଆର୍ଥିକ ଅଭିବୃଦ୍ଧି ଜାରି ରଖିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଗଭର୍ଣ୍ଣର । ୨୦୨୧-୨୨ ଲାଗି ଜିଡିପି ଅଭିବୃଦ୍ଧି ଲକ୍ଷ୍ୟ ୯.୫ ପ୍ରତିଶତ ରଖାଯାଇଥିବାବେଳେ ତୃତୀୟ ତ୍ରୟମାସିକରେ ଏହି ହାର ୬.୬ ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସିକରେ ଏହି ହାର ୬ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି । ସେହିପରି ୨୦୨୨-୨୩ର ପ୍ରଥମ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ହାର ୧୭.୨ ପ୍ରତିଶତ ଲକ୍ଷ୍ୟ ରଖାଯାଇଥିବାବେଳେ ଦ୍ବିତୀୟ ତ୍ରୟମାସିକରେ ଏହି ହାର ୭.୮ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି ।

ଏଥିସହିତ ପଢ଼ନ୍ତୁ: ମମିତା ମାମଲାରେ ବିଜେପିର ଦୋମୁହାଁ ନୀତି ବିରୋଧରେ ବିଜେଡିର ପ୍ରତିବାଦ

Leave a Reply