MRSAM ମିଜାଇଲର ସଫଳ ପରୀକ୍ଷଣ, ଘଣ୍ଟାପ୍ରତି ବେଗ ୨୪୪୮ କିଲୋମିଟର

1 min read
MRSAM Army Missile System Flight Tested From ITR Balasore

ବାଲେଶ୍ୱର: ଭୂ-ପୃଷ୍ଠରୁ ଆକାଶକୁ ଟାର୍ଗେଟ୍ । ନିମିଷକେ ଧ୍ୱଂସ ହୋଇଯିବ ଶତ୍ରୁ । ଦୂରରୁ ଦ୍ରୁତଗତିରେ ତ୍ୱରିତ ଆକ୍ରମଣ । ଭାରତୀୟ ସେନାର ନୂଆ ମିଜାଇଲ୍ MRSAM । ବାଲେଶ୍ୱର ଆଇଟିଆରରୁ ଭାରତୀୟ ସେନା ମିଡିୟମ୍ ରେଞ୍ଜ ସରଫେସ୍ ଟୁ ଏୟାର ମିଜାଇଲ୍ (MRSAM)ର ସଫଳ ପରୀକ୍ଷଣ କରିଛି । ମିଜାଇଲ୍ କିଛି କ୍ଷଣରେ ନିର୍ଦ୍ଦିଷ୍ଟ ଟାର୍ଗେଟକୁ ଧ୍ୱଂସ କରି ଦେଇଛି ।

MRSAM Army Missile System Flight Tested From ITR Balasore

ଏହି ମିଜାଇଲକୁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO), ଇସ୍ରାଏଲ୍ କମ୍ପାନୀ IAI ସହିତ ମିଶି ନିର୍ମାଣ କରିଛି । ଇସ୍ରାଏଲ୍ ଭାରତକୁ ଦେଇଥିବା ବାରାକ୍ ମିଜାଇଲ୍ ମଧ୍ୟ MRSAM ଶ୍ରେଣୀର । ଭୂ-ପୃଷ୍ଠରୁ ଆକାଶ ମାର୍ଗକୁ ଟାର୍ଗେଟ୍ କରୁଥିବା ମିଜାଇଲ୍ ଆର୍ମି ୱିପନ୍ ସିଷ୍ଟମର କମାଣ୍ଡ ପୋଷ୍ଟ, ମଲ୍ଟି ଫଙ୍କସନ୍ ରାଡାର, ମୋବାଇଲ୍ ଲଞ୍ଚର ସିଷ୍ଟମ ହୋଇଥାଏ । ଏହା ଇସ୍ରାଏଲର ଘାତକ ମିଜାଇଲ୍ ବରାକ-୮ ଭଳି ।

MRSAM Army Missile System Flight Tested From ITR Balasore

MRSAMର ଓଜନ ପ୍ରାୟ ୨୭୫ କିଲୋଗ୍ରାମ୍ । ଲମ୍ବ ୪.୫ ମିଟର ହୋଇଥିବା ବେଳେ ଗୋଲେଇ ୦.୪୫ ମିଟର ଅଟେ । ଏହି ମିଜାଇଲରେ ୬୦ କିଲୋଗ୍ରାମ୍ ପର୍ଯ୍ୟନ୍ତ୍ର ଅସ୍ତ୍ରଶସ୍ତ୍ର ଲୋଡ୍ କରାଯାଇ ପାରିବ । ଏହି ମିଜାଇଲ ୨ଟି ଷ୍ଟେଜର ହୋଇଥିବା ବେଳେ ଉତକ୍ଷେପଣ ପରେ କମ୍ ଧୂଆଁ ଛାଡ଼ିଥାଏ । ଗୋଟିଏ ଥର ଉତକ୍ଷେପଣ ପରେ MRSAM ଆକାଶରେ ସିଧାସଳଖ ୧୬ କିଲୋମିଟର ମଧ୍ୟରେ ଥିବା ଟାର୍ଗେଟକୁ ଧ୍ୱଂସ କରିପାରିବ ।

ଏହି ମିଜାଇଲ ଅଧ କିଲୋମିଟରରୁ ନେଇ ୧୦୦ କିଲୋମିଟର ଯାଏ ଟାର୍ଗେଟକୁ ନିଷ୍ଟ କରିପାରେ । ଅର୍ଥାତ୍ ଅଧ କିଲୋମିଟରରୁ ୧୦୦ କିଲୋମିଟର ପରିଧି ଭିତରେ ଥିବା ଶତ୍ରୁ ବିମାନ, ଡ୍ରୋନ୍ ଓ ମିଜାଇଲକୁ ଏହା ଧ୍ୱଂସ କରି ଦେବ । MRSAMରେ ନୂତନ ଭାବେ ରେଡିଓ ଫ୍ରିକ୍ୱେନ୍ସି ସିକର ଖଞ୍ଜା ଯାଇଛି । ଯଦି ଶତ୍ରୁ ଚକମା ଦେବା ପାଇଁ କେବଳ ରେଡିଓର ବ୍ୟବହାର କରିନ୍ତି ତ ଏହା ନିଷ୍ଟ କରିଦେବ । ଏହାର ବେଗ ସେକେଣ୍ଡ ପିଛା ୬୮୦ ମିଟର । ଅର୍ଥାତ୍ ଘଣ୍ଟାପ୍ରତି ୨୪୪୮ କିଲୋମିଟର ବେଗରେ ଏହା ଗତି କରିବ ।

MRSAM Army Missile System Flight Tested From ITR Balasore

ଇସ୍ରାଏଲ୍ ଠାରୁ ଭାରତ MRSAM ମିଜାଇଲର ୫ ରେଜିମେଣ୍ଟ କିଣିବାକୁ କଥା ହୋଇଛି । ଏଥିରେ ୪୦ଟି ଲଞ୍ଚର୍ସ ଓ ୨୦୦ ମିଜାଇଲ୍ ମିଳିବ । ଏହି ଡିଲର ମୂଲ୍ୟ ପ୍ରାୟ ୧୭ ହଜାର କୋଟି ଟଙ୍କା । ଏହି ମିଜାଇଲ୍ ମୁତୟନ ଭାରତୀୟ ବାୟୁ ସୁରକ୍ଷା କବଚରେ ସହାୟକ ହେବ । ଆଶା କରାଯାଉଛି ୨୦୨୩ ମଧ୍ୟରେ ଏହି ମିଜାଇଲ୍ ମୁତୟନ କରାଯିବ ।

MRSAM Army Missile System Flight Tested From ITR Balasore

ଇସ୍ରାଏଲ୍ ସହ ଭାରତର ବନ୍ଧୁତ୍ୱ ବେଶ୍ ଭଲ । ୧୯୯୬ରେ ଭାରତ ଇସ୍ରାଏଲ୍ ଠାରୁ ୩୨ ସର୍ଚ୍ଚ ଅନମ୍ୟାନଡ୍ ଭେଇକିଲ୍ କିଣିଥିଲା । ଏହାଛଡ଼ା ଲେଜର ଗାଇଡେଡ୍ ବମ୍ ମଧ୍ୟ କିଣା ଯାଇଛି । ଏବେ ବରାକ-୧ ମିଜାଇଲରୁ ନେଇ ବରାକ୍-୮ଇଆର୍ ମିଜାଇଲକୁ ନେଇ ଡିଲ୍ ଚାଲିଛି । କୁହାଯାଉଛି ଆଇଏନଏସ୍ ବିଶାଖାପାଟ୍ଟମଣରେ ୩୨ ଆଣ୍ଟି ଏୟାର ବରାକ ମିଜାଇଲ୍ ମୁତୟନ କରାଯାଇ ପାରିବ । ଏହାଛଡ଼ା ଏଥିରେ ୧୬ ଆଣ୍ଟିସିପ୍ ୟା ଲ୍ୟାଣ୍ଡ ଆଟାକ୍ ବ୍ରହ୍ମୋସ୍ ମିଜାଇଲ୍ ଲଗାଯାଇ ପାରିବ । ଅର୍ଥାତ ଏହି ୨ଟି ମିଜାଇଲ୍ ଖଞ୍ଜିତ ହେବା ପରେ ଆଇଏନଏସ ବିଶାଖାପାଟ୍ଟଣମ୍ ଶତ୍ରୁଙ୍କ ଯମଦୂତ ପାଲଟିବ ।