୧୯ ବର୍ଷର ସ୍କୃତିକୁ ତାଜା କଲେ ଧୋନୀ

1 min read

ନନ୍ଦିଘୋଷ ବ୍ୟୁରୋ: ଧୋନୀ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ପ୍ରଶଂସକମାନେ ଚାହିଁ ବସିଥାନ୍ତି । ଧୋନୀଙ୍କ ବଡ଼ ବଡ଼ ସଟକୁ ଆଜି ମଧ୍ୟ ଫ୍ୟାନ୍ସମାନେ ମନେ ପକାଇଥାନ୍ତି । ତେବେ ୨୦୨୩ ଆଇପିଏଲ ଫାଇନାଲରେ ଧୋନୀ ବିଫଳ ହୋଇଥିଲେ । ମାତ୍ର ଚଳିତ ଆଇପିଏଲ ସିଜିନରେ ନିଜର ତୃତୀୟ ମ୍ୟାଚରେ ବ୍ୟାଟିଂ ପାଇଁ ମଇଦାନକୁ ଆସିଥିବା ଧୋନୀ ବଡ଼ ବଡ଼ ସଟ୍ ଖେଳି ଫ୍ୟାନ୍ସଙ୍କୁ ଖୁସି କରାଇ ଦେଇଛନ୍ତି । ଯଦିଓ ରବିବାର ଚେନ୍ନାଇ ଦିଲ୍ଲୀଠାରୁ ୨୦ ରନରେ ପରାସ୍ତ ହୋଇଛି ତଥାପି ଧେନୀଙ୍କ ପାଳି ପ୍ରଶଂସକଙ୍କ ମନମୋହି ନେଇଥିଲା । ୧୬ ବଲରୁ ୩୭ ରନର ପାଳି ଖେଳିଥିଲେ ଧୋନୀ । ଦୀର୍ଘ ୧୯ ବର୍ଷର ସ୍ମୃତିକୁ ମନେ ପକାଇ ଦେଇଥିଲେ ମାହି । ସେହି ଲମ୍ବା କେଶ, ବଡ଼ ବଡ଼ ଛକା । ଗ୍ୟାଲେରୀରୁ ଧୋନୀ ଧୋନୀ ଡାକ । ଧୋନୀ ଆନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ସମୟରେ ଯେଭଳି ଲାଗୁଥିଲେ ଏବେ ମଧ୍ୟ ସମାନ ଲାଗୁଛନ୍ତି । ତେବେ ରବିବାର ଦିଲ୍ଲୀ ବିପକ୍ଷ ମ୍ୟାଚରେ ଧୋନୀ ଯେଭଳି ଛକା ଚୌକା ମାରୁଥିଲେ କୌଣସି ଯୁବ ଖେଳାଳିଙ୍କଠାରୁ ମଧ୍ୟ କମ ନୁହଁନ୍ତି ।