ଓଟିପି ସେୟାରିଂ ମାମଲାରେ ଅଭିଜିତ ସଞ୍ଜୟକୁ ଜେରା କରିବ ମୁମ୍ବାଇ ଏଟିଏସ୍, ଖୋଲୁଛି ପାକିସ୍ତାନ ଲିଙ୍କ୍‌

ଭୁବନେଶ୍ବର: ଓଟିପି ସେୟାରିଂ ନେଇ ପାକିସ୍ତାନ ଲିଙ୍କ ମାମଲାରେ ତନାଘନା । ଭୁବନେଶ୍ବରରେ ମୁମ୍ବାଇର ଆଣ୍ଟି ଟେରରିଷ୍ଟ ସ୍କ୍ବାଡ । ବିଳମ୍ବିତ ରାତିରେ ଭୁବନେଶ୍ବର ପହଞ୍ଚିଲେ ମୁମ୍ବାଇ ଏଟିଏସ୍ । ଆଜି ଏସଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ଜେରା କରିବ ମୁମ୍ବାଇ ଏଟିଏସ୍ । ଜେରା ପରେ ଖୋଲିପାରେ ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାର ଲିଙ୍କ୍‌ ।

୪ ଦିନିଆ ରିମାଣ୍ଡରେ ମୁମ୍ବାଇର ଅଭିଜିତ ସଞ୍ଜୟ ଜାମ୍ବୁରେ । ରିମାଣ୍ଡରେ ଅଭିଜିତ ସଂଜୟକୁ ମାରାଥନ ଜେରା କରୁଛି ଏସଟିଏଫ । ଅଭିଜିତ ଜରିଆରେ ହେଉଥିଲା ଆଇଏସଆଇ ଫଣ୍ଡିଂ । ଓଡ଼ିଶାର ପଠାଣି, ପ୍ରୀତମଙ୍କ ସମେତ ୪ ଅଭିଯୁକ୍ତ ପାଖକୁ ଆସିଥିଲା ଟଙ୍କା । ଓଡ଼ିଶାର ସିମକାର୍ଡ ପାକିସ୍ତାନରେ ହେଉଥିଲା ଅପରେଟ । ୨୦୧୮ ଠାରୁ ପାକିସ୍ତାନ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଜିତ ।

ପାକିସ୍ତାନର ଇଣ୍ଟେଲିଜେନ୍ସ ଆର୍ମି ଅଫିସର ସହ କଥା ହୋଇଥିଲା ଅଭିଜିତ । ଅଭିଜିତକୁ ମିଶାଇ ମୋଟ ୫ ଜଣଙ୍କୁ ଗିରଫ କରିଛି ଏସଟିଏଫ ।