ସାମ୍ନାକୁ ଆସିଲା ଆର୍ଯ୍ୟନ୍‌ଙ୍କ ଅନ୍ୟ ୭ ସହଯୋଗୀଙ୍କ ନାମ, ସେପଟେ ବନ୍ଦ ହୋଇପାରେ ଶାହାରୁଖଙ୍କ ଫିଲ୍ମ ପଠାନ୍‌ର ସୁଟିଂ

ମୁମ୍ବାଇ: ମଝି ଦରିଆରେ ଡ୍ରଗ୍ସ ପାର୍ଟିର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ଆର୍ଯ୍ୟନ୍‌ଙ୍କୁ ଜେରା ପରେ ବଲିଓଡ୍‌ର କଳା କାରନାମା ସାମ୍ନାକୁ ଆସିବାରେ ଲାଗିଛି। ଆର୍ଯ୍ୟନ୍ ଖାନଙ୍କ ବ୍ୟତିତ ଅନ୍ୟ ୭ ଜଣଙ୍କର ନାମ ଏବେ ସାମ୍ନାକୁ ଆସିଛି। ଏହା ପୂର୍ବରୁ ଆର୍ଯ୍ୟନ୍‌ଙ୍କ ଫୋନ୍‌ ଯାଞ୍ଚ ପରେ ଜଣାପଡ଼ିଥିଲା ସେ ପ୍ରତିଦିନ ଡ୍ରଗ୍ସ ନିଅନ୍ତି ବୋଲି। ତେବେ ଶନିବାର ଦିନ ଏନ୍‌ସିବି କ୍ରୁଜ୍‌ରେ ରେଡ ପରେ ଧରାପଡ଼ିଥିଲେ ଆର୍ଯ୍ୟନ୍‌। ନିଶାସକ୍ତ ଅବସ୍ଥାରେ ତାଙ୍କୁ ରେଡ ବେଳେ ଧରିଥିଲା ଏନ୍‌ସିବି।

ଆର୍ଯ୍ୟନ୍‌ଙ୍କ ବ୍ୟତିତ ଏହି ସବୁ ବ୍ୟକ୍ତି ମାନେ ମଧ୍ୟ ରହିଛନ୍ତି ସାମିଲ। ଯେଉଁ ମାନଙ୍କୁ ଏବେ ଆର୍ଯ୍ୟନ୍‌ ସହ ଜେରା କରାଯାଉଛି। ମୁମ୍ବାଇର କ୍ରୁଜ୍ ଜାହାଜରେ ଆୟୋଜିତ ଡ୍ରଗ୍ସ ପାର୍ଟିରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଲୋକଙ୍କ ନାମ ସାମ୍ନାକୁ ଆସିଛି। ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବ୍ୟତୀତ ଏଥିରେ ଆଉ ୭ ଜଣ ଜଡିତ ଅଛନ୍ତି। ସେମାନଙ୍କର ନାମ ହେଉଛି – ମୁମୁନ୍ ଧାମେଚା, ନୁପୁର ସାରିକା, ଇସ୍ମିତ ସିଂ, ମୋହକ ଜୟସୱାଲ, ବିକ୍ରାନ୍ତ ଚୋକର, ଗୋମିତ ଚୋପ୍ରା ଏବଂ ଅରବାଜ ମର୍ଚେଣ୍ଟ।

ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଫସିଯିବା ପରେ ଶାହାରୁଖ ଖାନଙ୍କ ବିଷୟରେ ବଡ ଖବର ଆସୁଛି। କୁହାଯାଉଛି ଯେ ଶାହାରୁଖ ଖାନ ତାଙ୍କ ଫିଲ୍ମ ପଠାନର ସୁଟିଂ ବାତିଲ କରିପାରନ୍ତି। ଫିଲ୍ମ ପଠାନର ସୁଟିଂ ପାଇଁ ଶାହାରୁଖଙ୍କୁ ସ୍ପେନ ଯିବାକୁ ଥିଲା । କିନ୍ତୁ ଏବେ ତାହା ଅସମ୍ଭବ ଭଳି ଲାଗୁଛି। ଯେଉଁଥି ପାଇଁ ଏବେ ସୁଟିଂ ବାତିଲ ହୋଇପାରେ କିମ୍ବା କିଛି ସମୟ ପାଇଁ ସ୍ଥଗିତ ରଖାଯାଇପାରେ ବୋଲି ସୂଚନା ମଳିଛି।

Leave a Reply