କ୍ରୁଜରେ ଡ୍ରଗ୍ସ ଯୋଗାଇବା ଅଭିଯୋଗରେ ଓଡ଼ିଆ ଗିରଫ 

Mumbai Cruise Drugs Case, NCB Arrested An Odia

ଭୁବନେଶ୍ୱର: ଫିଟୁଛି ମୁମ୍ବାଇ ଡ୍ରଗ୍ସ ମାମଲାର ଗୁମର । ଡ୍ରଗ୍ସ କାରବାରରେ ଜଣେ ଓଡ଼ିଆଙ୍କ ଲିଙ୍କ୍ ଥିବା ନେଇ ଚର୍ଚ୍ଚା ହେଉଛି । ତାଙ୍କ ନାଁ ହେଉଛି ଅବୁଦୁଲ କାଦିର୍ । ଜୁହୁରେ ରହୁଥିଲେ ଅବୁଦୁଲ୍ । କ୍ରୁଜରେ ଡ୍ରଗ୍ସ ଯୋଗାଇବା ଅଭିଯୋଗରେ ଅବୁଦୁଲଙ୍କୁ ଗିରଫ କରିଛି ଏନସିବି । ସେପଟେ ଗିରଫ ଅଭିଯୁକ୍ତଙ୍କଠାରୁ ତଥ୍ୟ ଉଗାଳୁଛି ଏନସିବି । କ୍ରିପ୍ଟୋକରେନ୍ସି ଜରିଆରେ ଅଭିଯୁକ୍ତମାନେ ମାଦକ ଦ୍ରବ୍ୟ କ୍ରୟ କରିଥିଲେ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି ।

Mumbai Cruise Drugs Case, NCB Arrested An Odia

ଆର୍ଯ୍ୟନଙ୍କ ହ୍ୱାଟ୍ସଆପ୍ ଚାଟରୁ ଆସୁଛି ବିସ୍ଫୋରକ ତଥ୍ୟ । ତାଙ୍କର ଆନ୍ତର୍ଜାତିକ ଡ୍ରଗ୍ସ ଟ୍ରାଫିକିଙ୍ଗ୍ ଲିଙ୍କ୍ ରହିଥିବା ତଦନ୍ତରୁ ଜଣାଯାଇଛି । ଘଟଣାରେ ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ ଏନସିବି ଗିରଫ କରିଛି । ପ୍ରଥମେ ଆର୍ଯ୍ୟନ ଖାନ, ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ଗିରଫ କରିବା ପରେ ଅନ୍ୟ ୮ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କଲାଣି ଏନସିବି ।

Mumbai Cruise Drugs Case, NCB Arrested An Odia

ଅଭିଯୁକ୍ତଙ୍କଠାରୁ ଚରସ, ହାସିସ, କୋକେନ, ଏମଡିଏମ ଆଦି ଜବତ ହୋଇଥିଲା । ସେପଟେ ଆସନ୍ତା ୭ ତାରିଖ ଯାଏଁ ଏନସିବି ହେପାଜତକୁ ଯାଇଥିବା ଆର୍ଯ୍ୟନ ଖାନଙ୍କଠାରୁ ଅଧିକରୁ ଅଧିକ ତଥ୍ୟ ମିଳିଥିବା ସୂଚନା ମିଳିଛି । ଆର୍ଯ୍ୟନଙ୍କୁ ଏହି ପାର୍ଟିରେ ଯୋଗ ଦେବା ଲାଗି କିଏ ଅନୁରୋଧ କରୁଥିଲେ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି ଏନସିବି ।

Leave a Reply