spot_img

Latest Posts

ମୁମ୍ଵାଇ ମହାନଗର ନିଗମର ଭୋଟିଂ ; ୨୦୧୭ ପରେ ପ୍ରଥମ ଥର ପାଇଁ ହେଉଛି ଭୋଟିଂ

ନନ୍ଦିଘୋଷ ବ୍ୟୁରୋ : ଆଜି ମୁମ୍ଵାଇ ମହାନଗର ନିଗମର ଭୋଟିଂ ଚାଲିଛି। ୨୦୧୭ ପରେ ପ୍ରଥମ ଥର ପାଇଁ ଏଠାରେ ହେଉଛି ଭୋଟିଂ। ତେବେ ଠାକରେ ପରିବାର ପାଇଁ ଏହା  ହେଉଛି ଅଗ୍ନି ପରୀକ୍ଷା। କାରଣ ବହୁ ବର୍ଷ ପରେ ଏକାଠି ହୋଇଛନ୍ତି ରାଜ୍ ଠାକରେ ଓ ଉଦ୍ଧବ ଥାକରେ। ସେମାନେ ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି। ଆରପଟେ ଅଛନ୍ତି ଏକନାଥ ସିନ୍ଦେଙ୍କ ଶିବସେନା ଓ ବିଜେପି। ଏନସିିପି ଅଲଗା ଭାବେ ନିର୍ବାଚନ ଲଢୁଛି। ସେହିପରି କଂଗ୍ରେସ ମଧ୍ୟ ଅଲଗା ଭାବେ ନିର୍ବାଚନ ଲଢୁଛି। ମୁମ୍ଵାଇ ମହାନଗର ନିଗମ ନିର୍ବାଚନ ଠାକରେ ପରିବାର ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏଥର କିନ୍ତୁ ଗଣିତ ଜଟିଳ। କାରଣ ଏଥର ପୌର ନିର୍ବାଚନରେ ମହାରାଷ୍ଟ୍ରରେ କିଏ କାହାକୁ ସମର୍ଥନ କରୁଛି ଜଣାପଡୁନି। କେଉଁଠି ବିଜେପି ଓ କଂଗ୍ରେସ ପରସ୍ପରକୁ ସମର୍ଥନ କରୁଛନ୍ତି ତ କେଉଁଠି ଶିବସେନା ଓ ଏନସିପି ଏକାଠି।

Latest Posts

Don't Miss