ଗିରଫ ହେଲେ ମଦ୍ୟପ ଯୁବତୀ, ରାସ୍ତାରେ ହାଇଡ୍ରାମା ସହ ପୋଲିସକୁ ଟଣାଓଟରା କରିଥିଲେ

1 min read

ଭିରାର: ମୁମ୍ବାଇର ଭିରାରରେ ମଦ୍ୟପ ଅବସ୍ଥାରେ ଉତପାତ୍ କରୁଥିବା ୩ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ସ୍ଥାନୀୟ ଏକ ବାର ବାହାରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର କରିଥିଲେ ଯୁବତୀ ମାନେ।

ଏହି ଘଟଣା ମୁମ୍ବାଇ ଉପକଣ୍ଠରେ ଥିବା ଗୋକୁଲ ଟାଉନସିପରେ ଘଟିଛି । ଏକ ରେଷ୍ଟୁରାଣ୍ଟ ବାର ବାହାରେ ହଙ୍ଗାମା କରୁଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ। ସୂଚନା ଅନୁଯାୟୀ,  ସମ୍ପୃକ୍ତ ଯୁବତୀ ମାନଙ୍କର ବାରର ଅନ୍ୟ ଲୋକଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଫଳରେ ବାର କର୍ମଚାରୀ ସେମାନଙ୍କୁ ବାହାରି ଯିବାକୁ କହିଥିଲେ, ଯାହା ପରେ ହଙ୍ଗାମା ଆରମ୍ଭ ହୋଇଥିଲା ।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ଆହୁରି ବିଗିଡି ଯାଇଥିଲା। ପୋଲିସ ବୁଝାଶୁଝା କରୁଥିବା ବେଳେ ନିଶାସକ୍ତ ଯୁବତୀ ମାନେ ଅଧିକାରୀଙ୍କ ହାତକୁ କାମୁଡିବା ସହ ଟଣାଓଟରା କରିଥିଲେ । ଯାହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।