ଧରା ପଡ଼ିଲା ସ୍ତ୍ରୀକୁ ହତ୍ୟା ପରେ ଖଟ ତଳେ ଲୁଚାଇ ରଖି ଫେରାର ହୋଇଥିବା ଅଭିଯୁକ୍ତ ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀକୁ ହତ୍ୟା ପରେ ଖଟ ତଳେ ଲୁଚାଇ ରଖି ଫେରାର ମାରିଥିଲା ସ୍ୱାମୀ । ଶେଷରେ ପୋଲିସ ହାତରେ ଧରାପଡ଼ିଲା ଅଭିଯୁକ୍ତ ସ୍ୱାମୀ ।  ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୋଲି କେନାଲପଡାରେ ଘଟିଛି ଘଟଣା । ମୃତ ମହିଳା ଫୁଲମଣୀ ମୁଣ୍ଡା। ଅଭିଯୁକ୍ତ ସ୍ଵାମୀ ଲରେନସ ମୁଣ୍ଡା । ଉଭୟଙ୍କ ଘର ଝାରଖଣ୍ଡ ରାଜ୍ୟରେ । ସେମାନେ ସମ୍ବଲପୁରରେ ଦୀର୍ଘ ବର୍ଷ ଧରି ଭଡାରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଉଭୟଙ୍କର ଦ୍ୱିତୀୟ  ବିବାହ ହୋଇଥିଲା । ଫୁଲମଣୀ ମୁଣ୍ଡାଙ୍କ ଵିବାହିତ ଝିଅ ଘରକୁ ଆସିଥିଲେ କିନ୍ତୁ ଘର ତାଲା ପଡିଥିବା ଦେଖି ଅଇଁଠାପାଲି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି ଅଧିକ ତଦନ୍ତ ଜାରି ରଖିଛି । ଫେରାର ସ୍ୱାମୀକୁ ମଧ୍ୟ ଗିରଫ କରିଥିବା ଜଣା ପଡ଼ିଛି ।