ପରକ୍ରିୟା ପ୍ରୀତି ପାଇଁ ସ୍ୱାମୀକୁ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ

ବାଲେଶ୍ୱର: ପରକିୟା ପ୍ରିତି ପାଇଁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଆତ୍ମହତ୍ୟାର ରୂପ ଦେବାକୁ ବୋହୂ ଉଦ୍ୟମ କରିଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନସ୍ଥ ପାର୍ବତୀପୁର ଅଞ୍ଚଳରୁ ଆସିଛି ଅଭିଯୋଗ । ବାଲିଖଣ୍ଡ ଗାଁର ଧନେଶ୍ୱର ମହାଳିକଙ୍କ ପୁଅ ଅନନ୍ତ ମହାଳିକ ଦେଢ଼ ବର୍ଷ ତଳେ ଭଦ୍ରକ ଜିଲ୍ଲା ଚୁନିଦା ଅଞ୍ଚଳରେ ପୀତବାସ ସାହୁଙ୍କ ଝିଅ ଅନୁସୟାଙ୍କୁ ବିବାହ କରିଥିଲେ ।

ଧନେଶ୍ୱର ମହାଳିକ ଓ ତାଙ୍କ ସ୍ତ୍ରୀଙ୍କୁ ନେଇ ବାଙ୍ଗାଲୋର ରେ ସାନ ଝିଅ ପାଖକୁ ଯାଇଥିବା ବେଳେ ଘରେ ତାଙ୍କ ପୁଅ ଅନନ୍ତ ମହାଳିକ ଓ ତାଙ୍କ ସ୍ତ୍ରୀ ଅନୁସୟା ମହାଳିକ ଗାଁ ପାର୍ବତୀପୁରରେ ରହୁଥିଲେ  । ପୂର୍ବରୁ ସ୍ୱାମୀ ଓ ସ୍ତ୍ରୀ ଙ୍କ ଭିତରେ ଝଗଡା ହୋଇଥିଲା  । ଅନୁସୟା ସ୍ୱାମୀ ଅନନ୍ତ ଙ୍କୁ ଛାଡି ତାଙ୍କ ବାପ ଘର ଚୁନିଦା କୁ ପଲାଇ ଆସିଥିଲେ  । ଘରେ କେବଳ ତାଙ୍କ ପୁଅ ଅନନ୍ତ ରହୁଥିଲେ  । ଗତ 10 ତାରିଖରେ ଅନନ୍ତ ମହାଳିକ ତାଙ୍କ ଘରେ ଏକ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଗ୍ରାମବାସୀ ମାନେ ଦେଖିଥିଲେ  । ସଙ୍ଗେ ସଙ୍ଗେ ତାଙ୍କ ଘର ଲୋକମାନଙ୍କୁ ଜଣାଇଥିଲେ  ।

ଘର ଲୋକମାନେ ଆସି ପୁଅ କୁ ତାଙ୍କ ବୋହୁ ଗୁଣ୍ଡା ଲଗାଇ ମାରି ଦେଇଥିବା ନେଇ ଅଭିଯୋଗ କରିଛନ୍ତି  । ମୃତ ଶରୀରକୁ ବ୍ୟବଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ରଖିଛନ୍ତି । ଏ ନେଇ ମୃତ ଅନନ୍ତ ଙ୍କ ଭଉଣୀ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି  । ହେଲେ ପୋଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ବୋଲି ପରିବାର ଲୋକମାନେ ଅଭିଯୋଗ କରିଛନ୍ତି  । ତାଙ୍କ ପରିବାର କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି  ।  କିନ୍ତୁ ଅନ୍ୟ ପଟେ ଅଭିଯୋଗ ପରେ ମୃତକଙ୍କ ସ୍ତ୍ରୀ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।