ଆମେରିକାରେ ପ୍ରଥମ ଥର ପାଇଁ ‘ମର୍ଡର ହର୍ନେଟସ୍’…ମଣିଷଙ୍କଠାରୁ ଆରମ୍ଭ କରି ମହୁମାଛିଙ୍କ ପାଇଁ ହୋଇପାରେ ଘାତକ

1 min read

ୱାସିଂଟନ: ପ୍ରଥମ ଥର ପାଇଁ ୱାଶିଂଟନ୍ ରେ ୨ ଇଞ୍ଚ ଲମ୍ବା ଏସୀୟ ହର୍ନେଟ୍ ଭେସ୍ପା ମାଣ୍ଡାରିନିଆ ଦେଖିବାକୁ ମିଳିଛି । ଏହି ପ୍ରଜାତିର ଦଂଶନ ମଣିଷମାନଙ୍କ ପାଇଁ ଘାତକ ହୋଇପାରେ ଏବଂ ହର୍ନେଟମାନେ ମହୁଫେଣାକୁ ନଷ୍ଟ କରିଦିଅନ୍ତି । ଯାହା ସେମାନେ ନିଜ ଛୁଆମାନଙ୍କୁ ଖାଇବାକୁ ଦିଅନ୍ତି । ତେବେ ଏମାନେ ଆମେରିକାରେ ମହୁମାଛି ନଷ୍ଟ କରିଦେବା ପୂର୍ବରୁ ବୈଜ୍ଞାନିକମାନେ ପ୍ରଜାତିଗୁଡିକୁ ବିଲୋପ କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ହର୍ନେଟ ଗୁଡିକ ବହୁତ ଭାବରେ ବଡ। ଏହା ସ୍ୱାସ୍ଥ୍ୟ ପାଇଁ ଏକ ବିପଦ କହିଲେ ଭୁଲ ହେବ ନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନେ ମହୁଫେଣାର ଶିକାରକାରୀ ।

ଏମାନଙ୍କ ଆକାର ଦିଆସିଲ ଖୋଳ ସହ ସମାନ ହେବ। ଏମାନଙ୍କ ମୁଣ୍ଡ ହଳଦିଆ-କମଳା ରଂଗର ମିଶ୍ରଣ । କଳା ଆଖି ସହ ପେଟର ରଙ୍ଗ ହଳଦିଆ । ସେମାନେ ଏହି ବିରାଟ ହଳଦିଆ-କମଳା ଚେହେରା ସହିତ monster କାର୍ଟୁନ୍ ଭଳି ଦେଖାଯାଆନ୍ତି ।

ଏସୀୟ ବିଶାଳ ହର୍ନେଟର ଜୀବନଚକ୍ର ଏପ୍ରିଲରେ ଆରମ୍ଭ ହୁଏ, ସେମାନେ ପ୍ରଥମେ ନିଜ ବସା ନିର୍ମାଣ କରନ୍ତି । ଥରେ ସେମାନଙ୍କର ବାସସ୍ଥାନର ବ୍ୟବସ୍ଥା ହୋଇଗଲେ ସେମାନେ ଗ୍ରୀଷ୍ମ ଏବଂ ଶରତ ମାସରେ ଖାଦ୍ୟ ଖୋଜିବା ପାଇଁ ବାହରନ୍ତି । ସେମାନେ ମହୁମାଛିଙ୍କୁ ମାରି ତାଙ୍କ ଶରୀର ନିଜ ଛୁଆମାନଙ୍କୁ ଖାଇବାକୁ ଦିଅନ୍ତି । ହର୍ନେଟଗୁଡିକ କିଛି ଘଣ୍ଟା ମଧ୍ୟରେ ମହୁଫେଣାକୁ ନଷ୍ଟ କରିପାରନ୍ତି । ସେମାନଙ୍କ ଦଂଶନ ଦ୍ୱାରା ଲୋକମାନେ ଖୁବ ପ୍ରଭାବିତ ହୁଅନ୍ତି । ତାଙ୍କ ଆକ୍ରମଣ ଲୋକଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଏ । ତାଙ୍କର ଏକାଧିକ ଦଂଶନ ମଣିଷକୁ ମାରିପାରେ । ରିପୋର୍ଟ ଅନୁସାରେ ହର୍ନେଟ୍ ପ୍ରତିବର୍ଷ ପାଖାପାଖି ୩୦ ରୁ ୪୦ ଜଣଙ୍କୁ ମାରିବାରେ ସଫଳ ହୋଇଥାଏ ।

WSU ବୈଜ୍ଞାନିକମାନେ ଏହି ବସନ୍ତରେ ହର୍ନେଟଗୁଡିକୁ ଶିକାର କରିବା ଆରମ୍ଭ କରିବେ । ଏହା ସହ ଏହି ପ୍ରଜାତିଗୁଡିକୁ ବିଲୋପ କରିବାକୁ ଲକ୍ଷ୍ୟ ରଖିଛନ୍ତି  । ଆମେରିକାରେ ମହୁମାଛିଙ୍କ ଜନସଂଖ୍ୟା ପୂର୍ବରୁ କମ୍ ଥିଲା । ୧୯୪୭ ମସିହାରୁ ୨୦୧୭ ମଧ୍ୟରେ, ଆମେରିକାରେ ମହୁମାଛି ସଂଖ୍ୟା ୬ ମିଲିୟନରୁ ୨.୫ ମିଲିୟନକୁ ହ୍ରାସ ପାଇଥିଲା | ଏବଂ ଗତ ବର୍ଷ ମେରିଲାଣ୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ରିପୋର୍ଟ ଅନୁସାରେ ୨୦୨୮ମସିହା ଅକ୍ଟୋବର ମାସ ରୁ ୨୦୧୯ ଏପ୍ରିଲ ମାସ ମଧ୍ୟରେ ଦେଶର ୪୦ ପ୍ରତିଶତ ମହୁମାଛି ସଂଖ୍ୟା ମୃତ୍ୟୁବରଣ କରିଥିଲେ ଯାହା ସବୁଠାରୁ ବଡ କ୍ଷତି  ।

Leave a Reply