ବାପା ଟାଙ୍ଗିଆ ଚୋଟରେ ପୁଅ ମୃତ, ପାରିବାରିକ କଳହରୁ ଏଭଳି ବୀଭତ୍ସ ହତ୍ୟା

ଜୟପୁର: ବାପା ଟାଙ୍ଗିଆ ଚୋଟରେ ପୁଅ ମୃତ । ଦାମନଯୋଡ଼ି ଥାନା ଆମ୍ବଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ବାପା ପୁଅକୁ ଏଭଳି ବୀଭତ୍ସ ହତ୍ୟା କରିଥିବା କୁହାଯାଉଛି । ମୃତ ସୁରେନ୍ଦ୍ର ବୁଡ଼ିଆଙ୍କ ବୟସ ୧୮ ବର୍ଷ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଅତ୍ୟଧିକ ମଦ୍ୟପାନ ଯୋଗୁ ପୁଅକୁ ଟାଙ୍ଗିଆରେ ହାଣିଦେଇଥିବା ପୋଲିସ ସନ୍ଦେହ କରୁଛି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।