ଭାରତ ବିଶ୍ବକପ୍ ଜିତିବା ପାଇଁ ୧୦ ଯୁବକଙ୍କ ନିର୍ଜଳା ଉପବାସ

ମୁଜାଫରନଗର: ଆଜି ୨୦୨୩ ବିଶ୍ପକପ୍ ଫାଇନାଲ । ମୁହାଁମୁହିଁ ହେଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ତୃତୀୟ ଥର ବିଶ୍ବ ବିଜୟ ମୁକୁଟ ପିନ୍ଧିବା ଲକ୍ଷ୍ୟରେ ଭାରତ । ସେପଟେ ଷଷ୍ଠ ଥର ବିଶ୍ବକପ୍ ଜିତିବା ଲକ୍ଷ୍ୟରେ କଙ୍ଗାରୁ ଦଳ । ସବୁଠି ଭାରତ ବିଜୟ ପାଇଁ ଚାଲିଛି ପୂଜାର୍ଚ୍ଚନା । ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ବିଶ୍ବକପ୍ ଜିତିବା ପାଇଁ ମୁଜାଫରନଗରରେ ୧୦ ଯୁବକଙ୍କ ନର୍ଜଳା ଉପବାସ୍ । ଭାରତ ବିଶ୍ବ ବିଜୟୀ ହେବା ପରେ ଯାଇ ଖାଇବେ ବୋଲି କହିଛନ୍ତି ଏମାନେ ।

ସେମାନେ କହିଛନ୍ତି, ‘ଯେ ପର୍ଯ୍ୟନ୍ତ ଭାରତ ଜିତି ନଥିବ ସେମାନେ ନା କିଛି ଖାଇବେ ନା କିଛି ପିଇବେ ।’ ଶିବଚୌକକୁ ଯାଇ ମହାଦେବଙ୍କ ପୂଜାର୍ଚ୍ଚନା କରିବା ସହ ରାତି ୧୨ଟାରୁ ନିର୍ଜଳା ଉପବାସ ରଖିଛନ୍ତି । କେବଳ ସେତିକି ନୁହେଁ, ଯଦି ଭାରତ ଫାଇନାଲ ହାରିଯାଏ ତେବେ ଜୀବନରେ ଆଉ କେବେ କ୍ରିକେଟ୍ ମ୍ୟାଚ୍ ଦେଖିବେ ନାହିଁ ବୋଲି କହିଛନ୍ତି ।

ଭାରତ ବିଜୟ ପାଇଁ ସୁନ୍ଦରାକାଣ୍ଡ

ସେହିପରି ଫତେପୁରରେ ଭାରତ ବିଜୟ ପାଇଁ ସୁନ୍ଦରାକାଣ୍ଡ ପାଠ କରାଯିବା ସହ ହୋମଯଜ୍ଞ କରାଯାଇଛି । ଫତେପୁର ଡିଷ୍ଟ୍ରିଟ କ୍ରିକେଟ ଆସୋସିଏସନ୍ ପକ୍ଷରୁ ଏହି ସୁନ୍ଦରାକାଣ୍ଡର ଆୟୋଜନ କରାଯାଇଛି । ଯୁବ ଖେଳାଳିଙ୍କ ସହ ମହିଳାମାନେ ମଧ୍ୟ ଏହି ପୂଜାରେ ସାମିଲ ହୋଇଛନ୍ତି । ସିଦ୍ଧପୀଠ ମୋଟେ ମହାଦେବଙ୍କ ପାଖରେ ଟିମ୍ ଇଣ୍ଡିଆର ବ୍ୟାନର ଲଗାଯାଇ ହୋମଯଜ୍ଞ କରାଯାଇଛି ।