ସରିଲା ତୃତୀୟ ପର୍ଯ୍ୟାୟ ରିମାଣ୍ଡ, ଜେଲ ଗଲା ଗୋପାଳ

ଝାରସୁଗୁଡ଼ା: ନବକିଶୋର ଦାସ ହତ୍ୟା ମାମଲା। ଜେଲ୍ ଗଲା ଅଭିଯୁକ୍ତ ଗୋପାଳ ଦାସ । ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ପରେ ଅଭିଯୁକ୍ତକୁ ଝାରସୁଗୁଡ଼ା ଉପକାରାଗାରକୁ ନିଆଯାଇଛି। ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ କଡ଼ା ସୁରକ୍ଷା ବଳୟରେ ଗୋପାଳକୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ।

ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡା ଅଣାଯାଇ ବିମାନବନ୍ଦର ଥାନାରେ ରଖାଯାଇଥିଲା। ପରେ ଓଏସଏପି ଦ୍ବିତୀୟ ବାଟାଲିଅନକୁ ନେଇ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳକୁ ଝାରସୁଗୁଡ଼ାରୁ ଗୁଜୁରାଟର ଗାନ୍ଧିନଗର ନିଆଯାଇଥିଲା। ଆଜି ଏନେଇ କ୍ରାଇମବ୍ରାଞ୍ଚ ତରଫରୁ ବିସ୍ତୃତ ସୂଚନା ଦିଆଯାଇପାରେ।

ନଜର ପକାନ୍ତୁ