spot_img

Latest Posts

ମୋ ବାପାଙ୍କ ମୃତ୍ୟୁକୁ ରାଜନୀତିର ରଙ୍ଗ ଦିଆନଯାଉ : ଦିପାଳୀ ଦାସ

ଭୁବନେଶ୍ବର : ସ୍ୱର୍ଗତ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ ମୁହଁ ଖୋଲିଲେ ଝିଅ ଦିପାଳୀ ଦାସ । ରାଜନୀତିର ରଙ୍ଗ ବୋଳା ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି । ଆମକୁ ସର୍ବଦା ଭଲ ପାଇବା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୋ ବାପାଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ପକ୍ରିୟାକୁ ନେଇ ଆମ ପରିବାରର ଭରସା ଅଛି । କ୍ରାଇମ୍ ବ୍ରାଞ୍ଚର ପ୍ରୋସେସ ଚାଲିଛି । ତଦନ୍ତ ସଠିକ ଦିଗରେ ଚାଲିଛି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ତଦନ୍ତ ଚାଲିଛି । ତେଣୁ ଏହାକୁ ନେଇ ରାଜନୀତିର ରଙ୍ଗ ନଦିଆଯାଉ ବୋଲି କହିଛନ୍ତି ଦୀପାଳି ଦାସ ।

ନବକିଶୋର ଦାସଙ୍କ ଆକସ୍ମିକ ଦେହାନ୍ତ ପୂରା ପରିବାରକୁ ମାନସିକ ଆଘାତ ଦେଇଛି। ଏଭଳି ସଂକଟ ସମୟରେ ଯେଉଁଭଳି ଭାବେ ଓଡ଼ିଶାବାସୀ ସମବେଦନା ଦେଖାଇଛନ୍ତି ସେଥିପାଇଁ ଦୀପାଳି କୃତଜ୍ଞତା ଜଣାଇଛନ୍ତି। ନବକିଶୋରଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ବାପା ପରି ତାଙ୍କ ପରିବାର ସହ ଠିଆ ହୋଇଛନ୍ତି। ଆଶୀର୍ବାଦର ଛାୟା ଦେଇଛନ୍ତି। ସେଥିପାଇଁ ସେ ଓ ତାଙ୍କ ପରିବାର ସବୁବେଳେ କୃତଜ୍ଞତା ଜଣାଇବେ।

ଝାରସୁଗୁଡାବାସୀ, ବିଜେଡି ଓ ଅନ୍ୟ ଦଳର ନେତାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଦୀପାଳି। ଜଣେ ଭଲ ଜଜଙ୍କ ତଦାରଖରେ ବାପାଙ୍କ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ସମ୍ବେଦନଶୀଳ ମାମଲା ହୋଇଥିବାରୁ କ୍ରାଇମବ୍ରାଞ୍ଚ ସମୟ ନେଇ ତଦନ୍ତ କରୁଛି । ପୂରା ପରିବାରକୁ ନ୍ୟାୟ ମିଳିବ ବୋଲି ଭରସା ରହିଛି। ତେବେ ଏହାକୁ ରାଜନୈତିକ ପ୍ରସଙ୍ଗ ନକରିବାକୁ ପରିବାର ତରଫରୁ ହାତ ଯୋଡ଼ି ନିବେଦନ କରିଛନ୍ତି ଦୀପାଳି ଦାସ।

Latest Posts

Don't Miss