ଦୁଇ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ, ସକାଳ ୮ ଟାରୁ ପାରମାଣିକ ଟିକେଟ ଦର୍ଶନ

ପୁରୀ: ଆଜି ପବିତ୍ର ନବଯୌବନ ଦର୍ଶନ । ଅନବସର ଗୁପ୍ତନୀତି ଶେଷ ପରେ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ୩ ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଥିବା ବେଳେ ସକାଳ ୮ ଟାରୁ ଏକ ଘଣ୍ଟା ଧରି ପାରମାଣିକ ଟିକେଟ ଦର୍ଶନ କରାଯିବ । ୯ଟା ରୁ ୧୧ଟା ଦୁଇ ଘଣ୍ଟା ଧରି ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ । ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଦେଇ ପରିମାଣିକ ଟିକେଟ ଦର୍ଶନ ପାଇଁ ଭକ୍ତ ଯିବାକୁ ନିଷ୍ପତି ହୋଇଛି ।

ସର୍ବସାଧାରଣ ବା ସାହାଣମେଲା ଦର୍ଶନରେ ଭକ୍ତ ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ । ପୂର୍ବାହ୍ନ 11ଟା ପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇ ରଥଯାତ୍ରା ନୀତିକାନ୍ତି ଅନୁଷ୍ଠିତ ହେବ । ଭକ୍ତ କେବଳ ବେଢା ପରିକ୍ରମା ସହ ଶ୍ରୀମନ୍ଦିର ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିପାରିବେ । ସର୍ବସାଧାରଣ ଦର୍ଶନ ପାଇଁ ସିଂହଦ୍ବାର ଦେଇ ଯିବେ ଭକ୍ତ ।

୧୧ଟା ପରଠାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । କେବଳ ଭକ୍ତମାନେ ବେଢ଼ା ପରିକ୍ରମା ସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିପାରିବେ । ପାରିମାଣିକ ଦର୍ଶନରେ ୭ ହଜାର ଟିକେଟର ବ୍ୟବସ୍ଥା କରାଯାଇଛି । ପ୍ରତି ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଛି ।