ରାଉକେଲାରେ ନାଗାଲାଣ୍ଡ ବନ୍ଧୁକ । ଲାଇସେନ୍ସ କଲେ ୫ ହଜାରରୁ ୧୦ ହଜାର । ନକଲି କାଗଜପତ୍ରରେ ଚାଲିଛି ବେଧଡ଼କ ବେପାର । ଡିଲବେଳେ ୩ଜଣଙ୍କୁ ମାଡ଼ି ବସିଲା ପୋଲିସ । ୩ ବନ୍ଧୁକ ସହ ୩୫ ରାଉଣ୍ଡ ଗୁଳି ଜବତ । ରାକେଟରେ ଅଛନ୍ତି ଆହୁରି ୮ । ରାଉରକେଲା ସହରରେ ବୁଲୁଛି ମାଳମାଳ ଚୋରା ବନ୍ଧୁକ । ସହରରେ ସକ୍ରିୟ ହେଲେଣି ଚୋରା ବନ୍ଧୁକ ବେପାରୀ । ରାଜ୍ଯ ବାହାରୁ ମାରଣାସ୍ତ୍ର ଆଣି ଚଳାଇଛନ୍ତି ବେଧଡ଼କ କାରବାର । ଡିଲବେଳେ ୩ ଆନ୍ତଃରାଜ୍ଯ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୩ଟି ବନ୍ଧୁକ ସହ ୩୫ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ୫-୧୦ ହଜାର ଟଙ୍କାରେ ନକଲି ଲାଇସେନ୍ସ ଦେଇ ଚାଲିଥିବା ବ୍ୟବସାୟ । ରାକେଟର ୩ ଜଣଙ୍କୁ ଗିରଫ କରିଯାଇଥିବାବେଳେ ଏତିରେ ଆହୁରି ୮ ଜଣଙ୍କ ସଂପୃକ୍ତି ଥିବା ସୂଚନା ଦେଇଛନ୍ତି ରାଉରକେଲା ଏସପି ।
ନାଗାଲାଣ୍ଡ ସମେତ ବିଭିନ୍ନ ରାଜ୍ଯରୁ ଚୋରାରେ ବନ୍ଧୁକ ଆଣି ବେପାର କରୁଥିଲେ ଏହି ଆନ୍ତଃରାଜ୍ଯ ସ୍ମଗଲର । ପୋଲିସ ଗତ ଏକ ବର୍ଷରେ ୮୦ରୁ ଅଧିକ ଚୋରା ବନ୍ଧୁକ ଜବତ କରିବା ସହ ଚୋରା ବନ୍ଧୁକ କାରବାର କରୁଥିବା ଅଭିଯୋଗରେ ୬୧ ଜଣରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କଲାଣି । ଅନ୍ୟପକ୍ଷରେ ସହରର ଅନେକ ବ୍ୟବସାୟୀଙ୍କ ପାଖରେ ଥିବା ବନ୍ଧୁକ ଥିବାବେଳେ ସେସବୁ ଲାଇସେନ୍ସ ପ୍ରାପ୍ତ କି ଚୋରା ସେ ସମ୍ପର୍କରେ ତଦନ୍ତ କରିବା ପାଇଁ ଦାବି ହୋଇଛି । ଜିରୋ ନାଇଟ ଓ ନୂଆବର୍ଷ ପାଇଁ ସହରରେ ପୋଲିସ ପକ୍ଷରୁ ଧରପଗଡ଼କୁ ଜୋରଦାର କରାଯାଇଛି । ସହରରେ କ୍ରାଇମ କଣ୍ଟ୍ରୋଲ କରିବାକୁ ପୋଲିସ ପକ୍ଷରୁ ଟିମ୍ ଗଠନ କରାଯାଇଛି ଚାଲିଛି ଚଢ଼ାଉ ।

