ରାଜସ୍ଥାନରୁ ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ମେଣ୍ଢାଶାଳ: ନନ୍ଦନକାନନକୁ ଆସିଲେ ରାଜସ୍ଥାନ ଅତିଥି । ରାଜସ୍ଥାନ ନହରଘର ବାୟୋଲୋଜିକାଲ ପାର୍କରୁ ନନ୍ଦନକାନନକୁ ଆସିଲେ ୮ଟି ନୂଆ ଅତିଥି । ଏମାନଙ୍କ ମଧ୍ୟରେ ଦୁଇଟି ଗଧିଆ, ଦୁଇଟି ଘଡିଆଳ, ଦୁଇଟି କଲରାପତରିଆ ବାଘ , ଦୁଇଟି ଚିଙ୍କାରା ହରିଣ ରହିଛନ୍ତି । ଏମାନେ ଗତ କାଲି ବିଳମ୍ବିତ ରାତିରେ ନନ୍ଦନକାନରେ ପହଞ୍ଚିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ନନ୍ଦନକାନ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଗତ ମାର୍ଚ୍ଚ ମାସ ୧୭ରେ ଏଠାରୁ ଦୁଇଟି ମହାବଳ ବାଘ ସମେତ ୪୮ଟି ଜୀବଜନ୍ତୁ ରାଜସ୍ତାନର ନହରଘର ବାୟୋଲୋଜିକାଲା ପାର୍କ ପଠାଯାଇଥିଲା । ଜନ୍ତୁ ଅଦଳ ବଦଳ ପ୍ରକିୟା ସମୟ ଅବଧି ୬ମାସ ଭିତରେ ଥିବା ବେଳେ କିଛି ସମସ୍ୟା ଯୋଗୁ ଏହା ବିଳମ୍ବ ହୋଇଥିଲା ।

ଏଥି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ

 

Leave a Reply