spot_img

Latest Posts

ଶୁକ୍ରବାର ୬୪ ତମ ପ୍ରତିଷ୍ଠା ଦିବସ ପାଳିବ ନନ୍ଦନକାନନ ପ୍ରାଣୀଉଦ୍ୟାନ

ଭୁବନେଶ୍ୱର: ଆସନ୍ତାକାଲି ନନ୍ଦନକାନନ ପ୍ରାଣୀଉଦ୍ୟାନର ୬୪ ତମ ପ୍ରତିଷ୍ଠା ଉତ୍ସବ। ଏହି ଅବସରରେ ଉଦଘାଟିତ ହେବ ବଟନିକାଲ ଗାର୍ଡେନରେ ନବନିର୍ମିତ ବାଉଁଶ ଉଦ୍ୟାନ, ମୋଗଲ ଗାର୍ଡେନ। ଏହାସହ ନନ୍ଦନକାନନର ଓ୍ବାଲିଭ ଖୁଆଡ଼ ଉଦଘାଟନ ସହ ଗୋଟିଏ ସିଂଘ ଶାବକ ଓ ୨ଟି ବାଘ ଶାବକର ନାମକରଣ କରାଯିବ। ଜଳଜ ଉଦ୍ଭିଦର ବିଭିନ୍ନ ପ୍ରଜାତିର ଜଲଜ ଘାସ, ଜଳମଗ୍ନ, ଭାସମାନ, ୪୪ ପ୍ରକାର କଇଁ, ପଦ୍ମ ଆଦି ୨୨୫ ପ୍ରଜାତିର ଜଲଜ ଉଦ୍ଭିଦ ମୋଗଲ ଗାର୍ଡେନରେ ଦେଖିପାରିବେ ପର୍ଯ୍ୟଟକ।

ଏହାସହ ୪.୪ ଏକର ଜାଗାରେ ବାଉଁଶ ଉଦ୍ୟାନ ନିର୍ମିତ କରାଯାଇଛି। ୭୦ ପ୍ରକାରର ବାଉଁଶ ଏହି ଉଦ୍ୟାନରେ ଦେଖିବାକୁ ମିଳିବ। ଏହାସହ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଚିଡ଼ିଆଖାନାକୁ ଆସିଥିବା ବିରଳ ପ୍ରଜାତିର ଏକହଳ ଓ୍ବାଲିବ ଓ ଏକହଳ ଲିଭିଙ୍ଗଷ୍ଟୋନ ଟୁରକେକୁ ସ୍ବତନ୍ତ୍ର ଖୁଆଡ଼ରେ ଛଡାଯିବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ, ପିସିସିଫ ଓ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Latest Posts

Don't Miss