ନନ୍ଦନକାନନରେ ପ୍ରବଳ ଭିଡ଼

ଭୁବନେଶ୍ବର: ବର୍ଷର ଶେଷ ଦିନରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଛୁଟି ଥିବାରୁ ଓ ନୂଆବର୍ଷ ପାଇଂ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟୁଛି ଲୋକଙ୍କ ସୂଅ । ରବିବାର ୫୦ ହଜାର ପର୍ଯ୍ୟଟକ ନନ୍ଦନକାନ ବୁଲି ଜନ୍ତୁଙ୍କୁ ଦେଖିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ଯଥେଷ୍ଟ ସୁରକ୍ଷା କର୍ମୀଙ୍କ ସହିତ ନନ୍ଦନକାନନ ଥାନା ପୋଲିସକୁ ମଧ୍ୟ ନିୟୋଜିତ କରାଯାଇଛି ।

ନୂଆବର୍ଷରେ ବୁଲିବାର ମଜା । ବାଘ, ଭାଲୁ, ସିଂହ ସହ ଅନ୍ୟ ଜନ୍ତୁ ଓ ପକ୍ଷୀଙ୍କୁ ଦେଖିବାକୁ ଭିଡ଼ । ରୋପଓ୍ବେ, ଟୟଟ୍ରେନ୍, ବୋଟିଂ କରି ଛୁଟିକୁ କରୁଛନ୍ତି ଉପଭୋଗ । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜମିଛି ପର୍ଯ୍ୟଟକଙ୍କ ଭିଡ଼ । ସୁବିଧାକୁ ଦୃଷ୍ଟିରେ ରଖି  ଅଫ ଲାଇନରେ ୧୬ଟି ଟିକେଟ କାଉଣ୍ଟର ଖୋଲାଯାଇଛି । ହ୍ବାଟ୍ସଆପ, ଅନଲାଇନ ମାଧ୍ୟମରେ ମଧ୍ୟ ଟିକେଟ କାଟିବାର ସୁବିଧା ଯୋଗାଇ ଦିଆଯାଇଛି । ପର୍ଯ୍ୟକଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବାବେଳେ ସୁରକ୍ଷା ପାଇଁ ସାଧା ପୋଷାକଧାରୀ ପୋଲିସ୍, ବୋଟିଙ୍ଗ ସ୍ଥଳରେ ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି । ପ୍ରାଣୀ ଉଦ୍ୟାନର ବଭିନ୍ନ ଜନଗହଳି ଛକରେ ଚୋରୀ ଓ ଛିନତାଇ ଉପରେ ରହିଛି ନଜର । ଏଣ୍ଟ୍ରି ଗେଟ ଠାରୁ ସିସି କ୍ୟାମେରାରେ ନିରୀକ୍ଷଣ କରାଯାଉଛି ।

ପର୍ଯ୍ୟଟକଙ୍କ ପାଇଁ ବାଘ, ଭାଲୁ, ସିଂହ, ତୃଣଭୋଜି ସଫାରି ବୁଲିବା ପାଇଁ ୮ଟି ସଫାରୀ ବସର ସୁବିଧା ରହିଛି । ବ୍ୟାଟେରୀ ଚାଳିତ ଗାଡିର ସୁବିଧା ସହ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ହ୍ବିଲ ଚେୟାରର ସୁବିଧା ରହିଛି । ସ୍ବତନ୍ତ୍ର ମେଡିକାଲ ଟିମ ନିୟୋଜିତ କରାଯାଇଛି ।