କଟକଣା ଭିତରେ ଖୋଲିବ ନନ୍ଦନକାନନ, ମଙ୍ଗଳବାରଠୁ ପର୍ଯ୍ୟଟକ ବୁଲିବେ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଦିନ ଖୋଲିବ ନନ୍ଦନକାନନ । କୋଭିଡ କଟକଣା ଭିତରେ ପର୍ଯ୍ୟଟକ ବୁଲିପାରିବେ ପ୍ରାଣୀ ଉଦ୍ୟାନ । ତେବେ 10ବର୍ଷରୁ କମ ଓ 65 ବର୍ଷରୁ ବୟସ୍କ ବ୍ୟକ୍ତିଙ୍କୁ ପ୍ରବେଶ ନିଷେଧ କରାଯାଇଛି । ଏହା ସହିତ ଥଣ୍ଡା କାଶ ଥିଲେ ପ୍ରବେଶ ନିଷେଧ କରାଯାଇଛି । ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ ସହ ଜନ୍ତୁ ଖୁଆଡ଼ ବ୍ୟାରିକେଟକୁ ଛୁଇଁବାକୁ ବାରଣ କରାଯାଇଛି ।

ସେହିପରି କୋଭିଡ କଟକଣା ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଯାଉଥିବାବେଳେ  ସଫାରୀ ଓ ବୋଟିଂ ବନ୍ଦ ରଖାଯାଇଛି । ପୂର୍ବବତ ସୋମବାର ଦିନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବାକୁ ଥିବା ବେଳଏ ଶନି ଓ ରବିବାର ବନ୍ଦ ନାଁ ଖୋଲାରହିବ ପରବର୍ତ୍ତି ମୂହୂର୍ତ୍ତରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave a Reply