କରୋନା ବିପତ୍ତିରେ ଭିନ୍ନକ୍ଷମ ଏବଂ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲା ନନ୍ଦିଘୋଷ ଟିଭି

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ‘ଆପଣଙ୍କ ସହ ଆମେ’ ଅଭିଯାନ ।  ଖବର ନୁହେଁ, ଭୋକିଲାଙ୍କ ପେଟରେ ମୁଠେ  ଆହାର ଦେବା ପାଇଁ  ଲୋକଙ୍କ ପାଖରେ ପହଞ୍ଚିଛି ନନ୍ଦିଘୋଷ ଟିଭି । ଲକଡାଉନ ସମୟରେ ସଟଡାଉନ୍‌ ହୋଇଛି ରୋଜଗାର । ଖଟିଖିଆଙ୍କ ପକେଟକୁ ଆସୁନି ଟଙ୍କା । ମିଳୁନି ଖାଦ୍ୟ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଷ୍ଟ୍ରୀୟ ପରିଯୋଜନା ନିର୍ମାଣ ସଂସ୍ଥା ସହ ହାତ ମିଳାଇ ନନ୍ଦିଘୋଷ ଟିଭି ନୟାପଲ୍ଲୀ ଏକାମ୍ରଭିଲ୍ଲା ବସ୍ତିରେ ଘରେ ଘରେ ଫସି ରହିଥିବା ଦିନ ମଜୁରିଆ, ଭିନ୍ନକ୍ଷମ ଏବଂ ଅସହାୟଙ୍କ ନିକଟରେ ନନ୍ଦିଘୋଷ ଟିଭି ରାସନ୍‌ ପହଞ୍ଚାଇଛି ।

ଖାଦ୍ୟ ବଣ୍ଟନ ବେଳେ ବସ୍ତିରେ ଲୋକଙ୍କୁ ଲମ୍ବା ଲାଇନରେ  ଛିଡା କରିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଖାଦ୍ୟ ପୁଡିଆରେ ଡାଲି, ଚାଉଳ ଓ ଅଟା ଦିଆଯାଉଛି । ଲକଡାଉନ ସମୟରେ ନନ୍ଦିଘୋଷ ଟିଭି ସହ ମିଶି ଭୋକିଲାଙ୍କ ମୁହଁରେ ଦେବା ଏକ ସୌଭାଗ୍ୟର କଥା ବୋଲି  ଏନପିସିସିର ଜୋନାଲ ମ୍ୟାନେଜର କହିଛନ୍ତି । ପୂର୍ବରୁ ଗଙ୍ଗାଧର ସାହୁ ଫାଉଣ୍ଡେସନ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଭୁବନେଶ୍ୱରରେ ବିଭିନ୍ନ ବସ୍ତି ଓ ଅନାଥ ଆଶ୍ରମ ଗୁଡିକରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

Leave a Reply