କରୋନା ସଙ୍କଟରେ ନନ୍ଦିଘୋଷ ଟିଭିର କ୍ୟାମ୍ପେନ ‘ଆପଣଙ୍କ ସହ ଆମେ’…ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ବାଣ୍ଟିଲା ରାସନ୍

ଭୁବନେଶ୍ୱର: ମହାମାରୀ କରୋନା ଯୋଗୁଁ ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି । ସମଗ୍ର ଦେଶ ସହ ରାଜ୍ୟ ମଧ୍ୟ କରୋନା ଆତଙ୍କ କାରଣରୁ ଲକଡାଉନ୍ ଭିତରେ ଅଛି । ଚଲିତ ମାସ ତଥା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଲକଡାଉନ୍‌ ଘୋଷଣା କରାଯାଇଛି । ରାଜ୍ୟରେ ଲକଡାଉନ୍ ଅନେକ ପରିବାରର ଜୀବନଯାପନ ଉପରେ ଖରାପ ପ୍ରଭାବ ପକାଇଛି । ତେବେ ଏହି ଲକଡାଉନ୍ ସମୟରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗରିବ ଅସହାୟ ଯିଏ ଦିନକୁ ଖଟିଲେ ହିଁ ତାଙ୍କ ପେଟକୁ ଦାନା ଯାଏ ସେଭଳି ଲୋକମାନେ ମଧ୍ୟ ଅନେକ କଷ୍ଟ ପାଉଛନ୍ତି ।

ଜୀବନ ପାଇଁ  ଲକଡାଉନ ଲକଡାଉନ୍ ଲାଗିଥିବା ବେଳେ ଜୀବିକା ପାଇଁ ଏହା ଭାରି ପଡିଛି । ଲକଡାଉନ୍ ଦିନମଜୁରିଆଙ୍କ ପାଇଁ କାଳ ସାଜିଛି । ଠପ୍‌ ହୋଇପଡ଼ିଛି ଜନଜୀବନ, ଅଭାବ ଅନଟନରେ ନିରାଶ୍ରୟ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ନିଜର ଦାୟିତ୍ବବୋଧ ତୁଲାଇବା ପାଇଁ ନିରାଶ୍ରୟ ଲୋକଙ୍କ ପାଖରେ ପହଞ୍ଚିଛି ନନ୍ଦିଘୋଷ ଟିଭି ।  ଭୁବନେଶ୍ବର ସ୍ଥିତ ଭରତପୁର ଅଞ୍ଚଳର ଅଭାବୀ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଛି ଏହି ଚ୍ୟାନେଲ । ନନ୍ଧିଘୋଷ ଟିଭିର ଏ ଅଭିଯାନରେ ସହଯୋଗ କରିଛନ୍ତି ବରମୁଣ୍ଡାର ଗଙ୍ଗାଧର ସାହୁ ।  ବୃଦ୍ଧବୃଦ୍ଧା, ଅସହାୟ, ନିରାଶ୍ରୟ, ଅସୁସ୍ଥ ଶ୍ରମିକ ଓ ଅନାଥ ଆଶ୍ରମରେ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି ଅବସରରରେ ନନ୍ଦିଘୋଷ ଟିଭିର ସିଇଓ ଜବର ସିଂହ ପନୱାର, ସଂପାଦକ ଶିଶିରଭଟ୍ଟ ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply