ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଛୁଟିଲା ସହାୟତା: ପୁରୀ ଝିଅ ନେହାକୁ ସହାୟତାର ହାତ ବଢ଼ାଇଲେ ଷ୍ଟାଲିନ୍ ଓ ରଞ୍ଜନ

1 min read

କଟକ: ନନ୍ଦିଘୋଷ ଟିଭିରେ ପୁରୀର ଝିଅ ନେହାର ଦୁଃଖଭରା ଖବର ପ୍ରସାରଣ ହେବା ପରେ ଛୁଟିଲା ସହାୟତାର ସୁଅ । ପୁରୀ ବାଲିଘାଟର ଝିଅ ନେହା ବିଭିନ୍ନ ରୋଗରେ ଚିକିତ୍ସା ହେଉଛନ୍ତି । ଅଧିକ ସହାୟତା ପାଇଁ ପରିବାର ଲୋକେ ନିବେଦନ କରିଥିଲେ । ଖବର ପ୍ରସାରଣ ପରେ ଆଜି ଓଡିଶା ମୋ ପରିବାର ପୁରୀ ସଂଯୋଜକ ଷ୍ଟାଲିନ ପରିଜା ଓ କଟକ ସିଟି ଜୀବନ ବିନ୍ଦୁର ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ ନେହାଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି ।

ଆଜି ପୁରୀରୁ ଷ୍ଟାଲିନ ପରିଜା କଟକରେ ପହଞ୍ଚି ରଞ୍ଜନ ବିଶ୍ୱାଳଙ୍କ ସହ ନେହାଙ୍କ ନିକଟକୁ ଆସି BSKY କାର୍ଡ ପ୍ରଦାନ କରିଥିଲେ । ଏଥିସହିତ ନେହା ପାଇଁ ଆବଶକୀୟ ଜିନିଷପତ୍ର ସହ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଆଗକୁ ନେହାର ଉନ୍ନତ ଚିକିତ୍ସା ପାଇଁ ଯାହା ପଦକ୍ଷେପ ଦରକାର ତାହା ପୁରୀ ଜିଲ୍ଲାପାଳଙ୍କ ସହାୟତାରେ ସରକାର ସବୁ ପ୍ରକାର ସହଯୋଗ କରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନେହାଙ୍କ ପରିବାର ଲୋକେ ।

Leave a Reply