ନନ୍ଦିଘୋଷ ଟିଭିର ନୂଆ ଭେଟି “ସ୍ୱାଗତମ ୨୦୨୧”

ଭୁବନେଶ୍ୱର: ନୂଆ ବର୍ଷରେ ନନ୍ଦିଘୋଷ ଟିଭି ଭେଟି ଦେଇଛି ନୂଆ ଉପହାର । ରାଜ୍ୟରେ କରୋନା କାୟା ଜାରି ରହିଥିବାରୁ ସବୁ କଟକଣାକୁ ଦୃଷ୍ଟିରେ ରଖି ଆପଣ  ମନୋରଞ୍ଜର ଖୋରାକ ନେଇ ଆସିଛି ନନ୍ଦିଘୋଷ ଟିଭି । ଆପଣଙ୍କୁ ସୁହାଇଲା ଭଳି ବିଭିନ୍ନ କାର୍ଯ୍ୟକ୍ରମର ପସରା ନେଇ ଆସିଛି । ଅଭିନେତାଙ୍କ ଠାରୁ ଆରମ୍ଭ କରି ରାଜ ନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଖିବାକୁ ମିଳିବ ଗୋଟିଏ ମଞ୍ଚରେ । ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଅନେକ ମାନ୍ୟଗନ୍ୟ ବ୍ୟକ୍ତି ।

ନାଚଗୀତ ସହ କମେଡ଼ି କିଙ୍ଗଙ୍କ ମଜାଳିଆ ଅନ୍ଦାଜ ଦିୱାନା କରିବ ଆପଣଙ୍କୁ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ ବର୍ସିଆନ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଯୁବ ପୀଢୀଙ୍କୁ ମତୁଆଲା କରିଛନ୍ତି ଅଭିନେତା ସ୍ୱରାଜ ବାରିକ ଓ ଅଭିନେତ୍ରୀ ଶୀତଲଙ୍କ ଅନ୍ଦାଜ । ସେହିପରି ମଞ୍ଚ ଉପରେ ସିଦ୍ଧାନ୍ତଙ୍କ ଗୀତରେ ଝୁମିଥିଲେ ଅଭିନେତ୍ରୀ ଶିତଲ । ଅସୀମା ପଣ୍ଡା ଓ ଅଭିଜିତ ମଞ୍ଜୁମଦାରଙ୍କ ଗୀତ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

କେବଳ ସେତିକି ନୁହେଁ କାର୍ଯ୍ୟକ୍ରମ ପରିବେଷଣ ଦାୟିତ୍ୱରେ ଥିଲେ ଅଭିନେତା କୁନା ତ୍ରିପାଠୀ ଏବଂ ହାସ୍ୟ ଅଭିନେତା ପପୁ ପମପମ୍ ଓ ପ୍ରଜ୍ଞା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ, କଂଗ୍ରେସ ନେତା ସୁର ରାଉତରାୟ, ବିଜେପି ମୁଖପାତ୍ର ଗୋଲକ ମନହାପାକ୍ର ଓ ସୋନାଲି ସାହୁ,  ଏବଂ ବିଜେଡ଼ିର ବରିଷ୍ଠ ନେତା ପ୍ରସନ୍ନ ପାଟଶାଣୀ, ଲେନିନ ମହାନ୍ତି, ସୁଲତା ଦେଓ, ସଞ୍ଜୟ ବାବୁ, ଓମ ପ୍ରକାଶ, ଡାକ୍ତର ହରିଶ ଚୌଧୁରୀ ମଧ୍ୟ ଯୋଗ ଦେଇଥିଲେ ।

Leave a Reply