ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ କାବେରୀ

1 min read

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟ ନାଗରକିଙ୍କୁ ସ୍ୱଦେଶ ଆଣିବା ପାଇଁ ସରକାର ଅପରେସନ କାବେରୀ ଆରମ୍ଭ କରିଛନ୍ତି । ଏହି ଅପରେସନ ଆଧାରରେ ୫୦୦ ଭାରତୀୟ ପୋର୍ଟ ସୁଡାନରେ ପହଞ୍ଚିଛନ୍ତି । ଏ ସମ୍ପର୍କରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ସୁଦାନରେ ଫସିଥିବା ଆମ ନାଗରିକଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଅପରେସନ କାବେରୀ ଚଲାଯାଉଛି । ପ୍ରାୟ ୫୦୦ ଭାରତୀୟ ପୋର୍ଟ ସୁଦାନରେ ପହଞ୍ଚିଛନ୍ତି ଯେତେବେଳେ କି ଅନ୍ୟମାନେ ରାସ୍ତାରେ ରହିଛନ୍ତି ।

ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆଗକୁ ଲେଖିଛନ୍ତି ଯେ, ଆମେ ସୁଦାନରେ ଆମର ନାଗରିକଙ୍କ ସହାୟତା କରିବା ପାଇଁ ପ୍ରତିଜ୍ଞାବଦ୍ଧ । ଆମର ବିମାନ ଏବଂ ପାଣି ଯାହଜ ସେମାନଙ୍କୁ ଆଣିବା ପାଇଁ ପ୍ରସ୍ତୁତ ଅଛି । ସେହିପରି ଫ୍ରାନ୍ସ ହିଂସାଗ୍ରସ୍ତ ସୁଦାନରୁ ୫ ଭାରତୀୟ ନାଗରିକ ସମେତ ୨୮ ଦେଶର ନାଗରିକଙ୍କୁ ହିଂସା ଅଞ୍ଚଳରୁ ବାହାରକୁ ବାହାର କରିଛି । ଫ୍ରାନ୍ସର ବାୟୁସେନା ଏପର୍ଯ୍ୟନ୍ତ ସୁଦ୍ଧା ୫ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଛି । ଫ୍ରାନ୍ସର ସେନା ପୋଷ୍ଟକୁ ଏମାନଙ୍କୁ ଉଦ୍ଧାର କରାଯାଇ ଅଣାଯାଇଛି ।

ଏହା ପୂର୍ବରୁ ରବିବାର ସାଉଦି ଆରବ କହିଥିଲା ଯେ ସେ ଘନିଷ୍ଠ ସମ୍ପର୍କ ରଖିଥିବା ଦେଶ ଏବଂ ମିତ୍ର ରାଷ୍ଟ୍ରର ୬୬ ନାଗରିକଙ୍କୁ ସୁଦାନରୁ ସୁରକ୍ଷିତ ଉଦ୍ଧାର କରିଛି, ସେମାନଙ୍କ ମଧ୍ୟରେ କିଛି ଭାରତୀୟ ମଧ୍ୟ ସାମିଲ ଅଛନ୍ତି । ସୁଦାନରେ ୩୦୦୦ରୁ ଅଧିକ ଭାରତୀୟ ଫସିରହିଛନ୍ତି । ସେମାନଙ୍କୁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ସୂଚନାଥାଉକି, କ୍ଷମତା ପାଇଁ ସେନା ଏବଂ ପାରାମିଲିଟାରୀ ବଳ ମଧ୍ୟରେ ଯୁଦ୍ଧ ଚାଲିଛି । ୧୦ ଦିନ ହେବ ଜାରି ଏହି ଭୀଷଣ ଯୁଦ୍ଧରେ ୪୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି ।