ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ତିକ୍ତତା ମଧ୍ୟରେ ସିଦ୍ଧୁଙ୍କ ନୂଆ ସନ୍ଦେଶ: କହିଲେ, ମୋ ଉଦ୍ଦେଶ୍ୟକୁ AAP ବୁଝିପାରିଲା

1 min read

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ପାଇଁ ପୁଣି ମୁଣ୍ଡ ବ୍ୟଥା ବଢ଼ାଇଛନ୍ତି ନବଜ୍ୟୋତ ସିଂହ ସିଦ୍ଧୁ ।  ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦ୍ର ସିଂହଙ୍କ ଜାରି ତିକ୍ତତା ମଧ୍ୟରେ ସିଦ୍ଧୁଙ୍କ ନୂଆ ଟ୍ୱିଟ୍ ଦଳୀୟ କର୍ମୀ ଓ ନେତୃତ୍ୱକୁ ଅଡ଼ୁଆରେ ପକାଇଛି । ଏଥରେ ସେ ଆମ ଆଦମି ପାର୍ଟିର ପଞ୍ଜାବ ମୁଖ୍ୟ ଭଗବନ୍ତ ମାନ୍ନଙ୍କ ଏକ ଟ୍ୱିଟର ଭିଡିଓ ଅପଲୋଡ୍ କରିଛନ୍ତି, ଯେଉଁଥିରେ ଶ୍ରୀ ମାନ୍ନ ଏବଂ ଆପ୍ ନେତା ସଞ୍ଜୟ ସିଂହ ସିନ୍ଧୁଙ୍କ ପ୍ରଶଂସା କରୁଥିବା ନଜର ଆସିଛି । ସିଦ୍ଧୁ ଟ୍ୱିଟ କରି କହିଛନ୍ତି ଯେ, ଆମ ବିପକ୍ଷ ଦଳ ଆମ ଆଦମୀ ପାର୍ଟି ସର୍ବଦା ପଞ୍ଜାବ ନେଇ ମୋର ଭିଜନ ଏବଂ କାମକୁ ସଠିକ୍ ଭାବେ ବୁଝିପାରିଛି । ୨୦୧୭ ପୂର୍ବରୁ କୃଷକଙ୍କ ସମସ୍ୟା, ଭ୍ରଷ୍ଟାଚାର ଏବଂ ବିଜୁଳି ସମସ୍ୟା ନେଇ ମୁଁ ସ୍ୱର ଉଠାଇଥିଲି । ଆଉ ଏବେ ସେମାନେ ପଞ୍ଜାବ ମଡେଲ ନେଇ ଡିିଣ୍ଡିମ୍ ପିଟୁଛନ୍ତି । ସେମାନେ ସ୍ପଷ୍ଟ ଭାବେ ଜାଣିଛନ୍ତି ଏ ସବୁ ନେଇ କିଏ ସଂଘର୍ଷ କରିଥିଲା ।

ଏହି ଭିଡିଓ ଅପଲୋଡ୍ କରି ସିଦ୍ଧୁ ପଞ୍ଜାବ ନେତାମାନଙ୍କୁ ତ ଦ୍ୱନ୍ଦ୍ୱରେ ପକାଇଦେଇଛନ୍ତି  । ଏଥିସହିତ ପାର୍ଟି ହାଇକମାଣ୍ଡକୁ ମଧ୍ୟ କନ୍‌ଫ୍ୟୁଜ କରିବାକୁ ଚେଷ୍ଟା କରିଛନ୍ତି । ଗତ କିଛି ଦିନ ହେଲା ପାର୍ଟି ହାଇକମାଣ୍ଡ ପଞ୍ଚାବରେ ଚାଲିଥିବା ଦଳୀୟ କନ୍ଦଳର ସମାଧାନ କରିବା ଲାଗି  ପ୍ରୟାସ ଜୋରଦାର କରିଛି । ଏହାରି ମଧ୍ୟରେ ସିଦ୍ଦୁଙ୍କ ଏଭଳି ସନ୍ଦେଶ ସମସ୍ୟା ସୃଷ୍ଟି କରିବା ସହ ନୂଆ ସମୀକରଣ ଆଡ଼କୁ ଇଙ୍ଗିତ କରିଛି ।

Leave a Reply