spot_img

Latest Posts

୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ବାଜିମାରିଲେ ବଲିଉଡ୍‌ କଳାକାର

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହୋଇଛି ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏହି ଉତ୍ସବରେ ପୁରସ୍କାର ଲାଗି ମନୋନୀତ କଳାକାରଙ୍କୁ ସମ୍ମାନିତ କରିଛନ୍ତି କେନ୍ଦ୍ର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ବାଜିମାରିଛନ୍ତି ବଲିଉଡ଼ ଷ୍ଟାର । ନିଜର ଅଭିନୟର ଜାଦୁରେ ପୂରା ଦେଶକୁ ପ୍ରଭାବିତ କରିଥିବା ବଲିଉଡ଼ ନାୟକଙ୍କୁ ମିଳିଛି ଶ୍ରେଷ୍ଠ କଳାକାରର ପୁରସ୍କାର । ଏଥର ବଲିଉଡ଼ର ଦୁଇଟି ନାୟକ ଏହି ପୁରସ୍କାର ହାତେଇଛନ୍ତି ।

‘ଅନ୍ଧାଧୂନ’ ପାଇଁ ଆୟୁଷ୍ମାନ୍‌ ଖୁରାନା ଓ ଫିଲ୍ମ ‘ଉରି ଦି ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ବିକି କୌଶଲଙ୍କୁ ମିଳିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ।

ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ପ୍ୟାଡମ୍ୟାନ’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିବା ବେଳେ ଏହାକୁ ଗ୍ରହଣ କରିଛନ୍ତି ଫିଲ୍ମର ମୁଖ୍ୟ ଅଭିନେତା ଅକ୍ଷୟ କୁମାର।

ଏହାସହ ସାଉଥ୍ ଷ୍ଟାର କୀର୍ତ୍ତି ସୁରେଶଙ୍କୁ ଫିଲ୍ମ ‘ମହାନତୀ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି।

ଏବଂ ଅଭିନେତ୍ରୀ ସୁରେଖା ସିକ୍ରିଙ୍କୁ ‘ବଧାଇ ହୋ’ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିଲେ । ସେ ପୁରସ୍କାର ଗ୍ରହଣ କରିବା ପାଇଁ ହ୍ୱିଲ୍‌ଚେୟାର୍‌ରେ ପହଞ୍ଚିଥିଲେ ।

ତାଙ୍କର ପ୍ରବେଶ ପରେ ଉପସ୍ଥିତ ଥିବା ଦର୍ଶକ ତାଙ୍କୁ ଠିଆ ହୋଇ ସ୍ୱାଗତ ଜଣାଇଥିଲେ। ସେହିପରି ଅଭିନେତା ସ୍ୱନନ୍ଦ କିରକିରେଙ୍କୁ ମରାଠି ଫିଲ୍ମ ‘ଚୁମ୍ବକ’ରେ ସହ ଅଭିନେତା ଭାବେ ସମ୍ମାନିତ କରାଯାଇଛି ।

ଏମାନଙ୍କ ସହ ‘ଉରି’ ଚଳଚ୍ଚିତ୍ର ପାଇଁ ଆଦିତ୍ୟ ଧରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଥିବା ବେଳେ ‘ପଦ୍ମାବତ’କୁ ଶ୍ରେଷ୍ଠ କୋରିଓଗ୍ରାଫି ଏବଂ ସଂଜୟ ଲୀଲା ଭଂସାଲୀଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ‘ପଦ୍ମାବତ’ ଚଳଚ୍ଚିତ୍ରରେ ‘ବିନ୍‌ତେ ଦିଲ୍‌…’ ଗୀତ ପାଇଁ ଅରିଜିତ ସିଂହଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି ।

କନ୍ନଡ଼ ଚଳଚ୍ଚିତ୍ର ‘ନଥିଚରମୀ’ରେ କଣ୍ଠଦାନ ପାଇଁ ବିନ୍ଦୁ ମାଲିନୀଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ପୁରସ୍କାର ଦିଆଯାଇଛି। ସେହିପରି ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ‘ବଧାଇ ହୋ..’ ଓ ଶ୍ରେଷ୍ଠ ଆକ୍ସନ ଫିଲ୍ମ ଭାବେ ‘କେଜିଏଫ୍‌’କୁ ପୁରସ୍କାର ପ୍ରଦାନ କରାଯାଇଛି।

Latest Posts

Don't Miss