ଜାତୀୟ ସ୍ତରୀୟ ଭଳିବଲ ଖେଳାଳୀଙ୍କ ନିଧନ
1 min read
ଭୁବନେଶ୍ବର : ଭଲିବଲ ଖେଳି ଓଡ଼ିଶା ପାଇଁ ସୁନାମ ଆଣିଥିବା ଖେଳାଳୀଙ୍କ ଅକାଳ ବିୟୋଗ । ମାତ୍ର ୫୦ ବର୍ଷ ବୟସରେ ଭଲିବଲ ଖେଳାଳୀ ଅନୀଲ କୁମାର ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଅନିଲ କିଛି ଦିନ ହେବ ବୃକକ୍ ଜନିତ ରୋଗରେ ପୀଡ଼ିତ ଥିଲେ । ସ୍କୁଲରେ ପାଠ ପଢିବା ବେଳୁ ଭଲିବଲ ଖେଳ ପ୍ରତି ତାଙ୍କର ଭଲପାଇବା ବଢିଥିଲା । ସେ ସ୍କୁଲ ସ୍ତରରେ ଜାତୀୟ ଦଳକୁ ପ୍ରତିନିଧିତ୍ବ କରିବା ପରେ ଆଉ ପଛକୁ ଚାହିଁ ନଥିଲେ । ପରେ ସବ-ଜୁନିୟର ନ୍ୟାସନାଲ, ଜୁନିୟର ନ୍ୟାସନାଲ ଓ ସିନିୟର ନ୍ୟାସନାଲ ଟିମର ସଦସ୍ୟ ମଧ୍ୟ ରହିଥିଲେ । ସେ ଭୁବନେଶ୍ବରସ୍ଥିତ ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲ ( ଏଜି) ଅଫିସରେ କାର୍ଯ୍ୟରତ ଥିଲେ । ୧୯୭୫ ମସିହାରେ ଜନ୍ମଗ୍ରହଣ କରିଥିବା ଅନିଲଙ୍କୁ ଓଡ଼ିଶାର ସବୁଠାରୁ ଷ୍ଟାଇଲିଶ ଖେଳାଳୀ ବୋଲି କୁହାଯାଏ । ତାଙ୍କ ମୃତ୍ୟୁରେ ଏଜି ଅଫିସର ସମସ୍ତ କର୍ମଚାରୀ, ଓଡ଼ିଶା ଭଲିବଲ ଆସୋସିଏସନ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି ।