ତାମିଲନାଡୁରେ କନ୍ୟା ଅଭାବ; କେଉଁଠି ବାହା ହେବେ ବ୍ରାହ୍ମଣ ଯୁବକ

1 min read
Marriage In December, Know The Latest Corona Guidelines

ଚେନ୍ନାଇ: ତାମିଲନାଡୁର ୪୦ ହଜାର ଅଧିକ ତାମିଲ ବ୍ରାହ୍ମଣ ଯୁବକଙ୍କୁ କନ୍ୟା ମିଳିବା କଷ୍ଟକର ହୋଇଯାଉଛି । ଯେଉଁଥିପାଇଁ ତାମିଲନାଡୁ ବ୍ରାହ୍ମଣ ସଂଘ ଉତ୍ତରପ୍ରଦେଶ ଓ ବିହାରକୁ ବ୍ରାହ୍ମଣ କନ୍ୟା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ତାମିଲନାଡୁ ବ୍ରାହ୍ମଣ ଆସୋସିଏସନର ମାସିକ ତାମିଲ ପତ୍ରିକା ନଭେମ୍ବରରେ ପ୍ରକାଶିତ ଏକ ଚିଠାରେ କହିଛନ୍ତି କି ଆମେ ଆମର ସଙ୍ଗମ ତରଫରୁ ଏକ ସ୍ବତନ୍ତ୍ର ଆନ୍ଦୋଳନ ଆରମ୍ଭ କରିଛୁ ବୋଲି ଏହି ଆସୋସିଏସନର ଅଧ୍ୟକ୍ଷ ଏମ୍ ନାରାୟଣନ୍ କହିଛନ୍ତି । ଏମ୍ ନାରାୟଣନ୍ ଆକଳନ କରି କହିଛନ୍ତି କି ୩୦ରୁ ୪୦ ବର୍ଷ ବୟସ ବର୍ଗର ୪୦ ହଜାର ବ୍ରାହ୍ମଣ ଯୁବକ ବିବାହ କରିନାହାନ୍ତି । କାହିଁକି ନା ତାମିଲନାଡୁ ଭିତରେ ନିଜ ପାଇଁ  ଯୁବତୀ ଖୋଜି ପାରୁନାହାନ୍ତି । ସେ ଅନୁମାନ କରି କହିଛନ୍ତି କି ତାମିଲନାଡୁରେ ବିବାହ ବୟସ ବର୍ଗରେ ୧୦ ଜଣ ବ୍ରାହ୍ମଣ ପୁଅ ଅଛନ୍ତି, ତେବେ ଏହି ବୟସ ବର୍ଗରେ କେବଳ ୬ ଜଣ ଯୁବତୀ ଉପଲବ୍ଧ ଅଛନ୍ତି ।

ଆସୋସିଏସନ ପ୍ରମୁଖ ତାଙ୍କ ପତ୍ରରେ କହିଛନ୍ତି କି ଏହି ପଦକ୍ଷେପକୁ ଆଗକୁ ନେବା ପାଇଁ ଦିଲ୍ଲୀ, ଲକ୍ଷ୍ନୌ ଏବଂ ପାଟନାରେ ସଂଯୋଜକ ନିଯୁକ୍ତି କରାଯିବ । ନାରାୟଣନ କହିଛନ୍ତି କି ହିନ୍ଦୀ ପଢ଼ିପାରୁଥିବା, ଲେଖିପାରୁଥିବା ଏବଂ କହିପାରୁଥିବା ବ୍ୟକ୍ତି ଏଠାରେ ଆସେିସିଏସନର ଭୂମିକା ଗ୍ରହଣ କରିପାରିବେ ।

ଅନେକ ବ୍ରାହ୍ମଣ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି । ତେବେ ସମ୍ପ୍ରଦାୟ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି । ଶିକ୍ଷାବିତ୍ ଏମ୍ ପରମେଶ୍ବରନ କହିଛନ୍ତି କି ବିବାହ ବୟସ ବର୍ଗରେ ତାମିଲ ବ୍ରାହ୍ମଣ ଝିଅ ପର୍ଯ୍ୟାପ୍ତ ନୁହଁନ୍ତି । ପରମେଶ୍ବର କହିଛନ୍ତି କି ଝିଅର ପରିବାର ବିବାହର ସମସ୍ତ ଖର୍ଚ୍ଚ ବହନ କରିଥାଏ । ଏହା ତାମିଲ ସମ୍ପ୍ରଦାୟ ପାଇଁ ଅଭିଶାପ । ସେ କହିଛନ୍ତି କି ଅଳଙ୍କାର, ବିବାହ ମଣ୍ଡପ ଖର୍ଚ୍ଚ, ଖାଦ୍ୟ ଏବଂ ଉପହାର ଅତି କମରେ ୧୨-୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ସେ ଆହୁରି କହିଛନ୍ତି କି ମୁଁ ବ୍ୟକ୍ତିଜତ ଭାବରେ ଏପରି ଗରିବ ବ୍ରାହ୍ମଣ ପରିବାରକୁ ଜାଣେ ଯେଉଁମାନେ ନିଜ ଝିଅଙ୍କ ବିବାହ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ସଂଘର୍ଷ କରୁଛନ୍ତି । ଯଦି ଭଲ ଲୋକମାନେ ନିଜର ଅଂହକାର ତ୍ୟାଗ କରିବାକୁ ପ୍ରସ୍ତୁତ ତେବେ ତାମିଲନାଡୁରେ ପୁଅମାନଙ୍କୁ କନ୍ୟା ମିଳିପାରିବେ ।

 

 

Leave a Reply