ଚେନ୍ନାଇରେ କରୋନା ଭାଇରସକୁ ପ୍ରାକୃତିକ ଉପାୟରେ ରୋକିବା ପାଇଁ ହେଉଛି ଚେଷ୍ଟା,ଜାଣନ୍ତୁ କେମିତି

କରୋନା, ସାରା ବିଶ୍ୱରେ ଏହି ରାକ୍ଷସର ଭୟ ଅହରହ ଲାଗିରହିଛି। ସାମାଜିକ ଦୂରତା ହେଉଛି ଏକମାତ୍ର ଉପାୟ ଏହି ଭାଇରସଠୁ ବଞ୍ଚିବା ପାଇଁ। ଯାହାକୁ ନେଇ ପୁରା ଦେଶ ଏବେ ନିଜ ନିଜ ଘରେ ଏକ ପ୍ରକାରର ବନ୍ଦୀ ଜୀବନ ବିତାଉଛନ୍ତି।

ସାରା ଦେଶରେ ସରକାର ବିଭିନ୍ନ ପ୍ରକାରର କଡ଼ା ପଦକ୍ଷେପ ମାନ ନେଇଛନ୍ତି। କରୋନା ଭାଇରସକୁ ଦୂର କରିବା ପାଇଁ ବିଭିନ୍ନ ଅଞ୍ଚଳରେ ସରକାରଙ୍କ ଦ୍ୱାରା ସାନିଟାଇଜର ସ୍ପ୍ରେ କରାଯାଉଛି। କିନ୍ତୁ ଅମିତି କିଛି ସ୍ଥାନ ରହିଛି ଯେଉଁଠି ସରକାରୀ ସାହାଯ୍ୟ କୁ ଅପେକ୍ଷାନକରୀ କିଛି ପ୍ରାକୃତିକ ଉପାୟରେ ସାନିଟାଇଜର ପ୍ରସ୍ତୁତ କରି ଚାରିଆଡେ ପକାଉଛନ୍ତି।

ତାମିଲନାଡୁର ରାଜଧାନୀ ଚେନ୍ନାଇର ଆବାସିକ ଅଞ୍ଚଳର ଲୋକମାନେ ସଂକ୍ରମଣକୁ ରୋକିବା ପାଇଁ ପ୍ରାକୃତିକ ପଦ୍ଧତି ବ୍ୟବହାର କରୁଛନ୍ତି। ଏହି କ୍ରମରେ ଲୋକମାନେ ପାଣିରେ ହଲଦୀ ଏବଂ କିଛି ଚେରମୂଳି ମିଶ୍ରଣ ପ୍ରସ୍ତୁତ କରି ରାସ୍ତାରେ ସ୍ପ୍ରେ କରୁଛନ୍ତି । ଲୋକଙ୍କ କହିବାନୁସାରେ, ଏହା ମାରାତ୍ମକ ଜୀବାଣୁ ସଂକ୍ରମଣକୁ ଦୂର କରିବାର କ୍ଷମତ ରଖେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗୁରୁବାର ଦିନ ସକାଳ ୧୦:୩୦ ସୁଦ୍ଧା ତାମିଲନାଡୁର ମୋଟ ସଂକ୍ରମଣ ୭୩୮ରେ ପହଞ୍ଚିଛି। ଗତ ବର୍ଷ ଶେଷରେ ଚାଇନାର ୱୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାରତରେ ମୋଟ ୫୦୯୫ ମାମଲା ରହିଛି, ଯେଉଁଥିରେ ୪୭୨ ଜଣ ସୁସ୍ଥ ହୋଇ ୧୬୬ ଜଣଙ୍କର ମୃତ୍ୟୁ ଘଟିଛି।

Leave a Reply