ଚାକିରି ଦେବେ କହି ଦୁଷ୍କର୍ମ କଲେ ପୋଲିସ ବାବୁ, ନ୍ୟାସନାଲ ଆଥଲେଟଙ୍କ ଅଭିଯୋଗରେ ହଇଚଇ

1 min read

ଲୁଧିୟାନା: ପଞ୍ଜାବର ଲୁଧିୟାନାରେ ସାମ୍ନାକୁ ଆସିଛି ଏକ ରୋମାଂଚକ ଘଟଣା । ଜଣେ ପୋଲିସ ଅଫିସରଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ପୀଡ଼ିତ ମହିଳା ଦୀର୍ଘ ସମୟ ଧରି ଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ କରିଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମହଲରେ ଚାଂଚଲ୍ୟ ସୃଷ୍ଟି ହୋଇଛି ।

 


ପୀଡ଼ିତ ମହିଳା ହେଉଛନ୍ତି ଜଣେ ନ୍ୟାସନାଲ ଓ୍ୱେଟଲିଫ୍ଟିଂ ଖେଳାଳି, ଆଉ ସେ ନ୍ୟାୟ ପାଇଁ ପୋଲିସ କମିଶନରଙ୍କୁ ଗୁହାରି କରିଛନ୍ତି । ତେବେ ବରିଷ୍ଠ ପୋଲିସ ଅଧିକାରୀ ଏହି ମାମଲାକୁ ଗୁରୁତର ସହିତ ତଦନ୍ତ କରିବା ପାଇଁ କହିଛନ୍ତି ।

ମହିଳା ନ୍ୟାସନାଲ ଓ୍ୱେଟଲିଫ୍ଟିଂ ଖେଳାଳିଙ୍କର ପୋଲିସ ଅଫିସରଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିବା ଘଟଣା ହଇଚଇ ସୃଷ୍ଟି କରିଛି । ସ୍ପୋର୍ଟସ କୋଟାରେ ଚାକିରି ଦେବେ କହି ବାରମ୍ବାର ହୋଟେଲକୁ ଡାକୁଥିଲେ ପୋଲିସ ଅଫିସର ଏବଂ ମହିଳାଙ୍କ ସହିତ କରୁଥିଲେ ଦୁଷ୍କର୍ମ । ସେତିକିରେ ଶେଷ ହୋଇନଥିଲା ପୂରା କାହାଣୀ । କ୍ୟାମେରାରେ ଅଶ୍ଳୀଳ ଭିଡ଼ିଓ ମଧ୍ୟ କଏଦ କରାଯାଇଥିଲା । ମିଛ ସାମ୍ନାକୁ ଆସିବା ପରେ ବିରୋଧ କରିଥିଲେ ମହିଳା । କିନ୍ତୁ ଭିଡ଼ିଓକୁ ବ୍ୟବାହାର କରି ବ୍ଲାକମେଲ କଲେ ପୋଲିସ ବାବୁ । ପ୍ରାୟ ଏକ ବର୍ଷ ହେବ ତାଙ୍କୁ ମିଛ କହୁଥିବା ହୃଦୟଙ୍ଗମ କରିବା ପରେ ମୁହଁ ଖୋଲିଛନ୍ତି ମହିଳା ଏବଂ ପୋଲିସ ଅଫିସରଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଛନ୍ତି ।

 

ତୁରନ୍ତ ମାମଲାକୁ ଗୁରୁତର ସହିତ ନେଇ ଜଣେ ମହିଳା ପୋଲିସ୍‌କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି ପୋଲିସ୍‌କମିଶନର । ମାମଲାକୁ ନେଇ ଏଡିସିପି ପ୍ରଜ୍ଞା ଜୈନଙ୍କ କହିବା ହେଉଛି ଘଟଣାର ତଦନ୍ତ ଜାରି ରହିଛି । ଅନ୍ୟପଟେ ଯଦି ଘଟଣା ସତ ତେବେ ଏହାକୁ ନେଇ କମିଶନରେଟ୍‌ପୋଲିସ୍‌କ’ଣ କରୁଛି ତାହାକୁ ନେଇ ପ୍ରଶ୍ନ ଉଠୁଛି ।

Leave a Reply