୪୦ ଏକର ଜାଗାରେ ନିର୍ମାଣ ହେବ ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନସର ଆଣ୍ଡ ରିସର୍ଚ୍ଚ ସେଣ୍ଟର

1 min read
Naveen Lays Foundation Stone Of Two Cancer Care Institutes In Bhubaneswar

ଭୁବନେଶ୍ୱର: ସ୍ୱପ୍ନ ହେଉଛି ସତ । ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଶ୍ରୀଗୁଣ୍ଡିଚା ଦିନ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ପଦକ୍ଷେପ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଇନ୍‌ଫୋଭ୍ୟାଲି ଚଣ୍ଡିହଦା ନିକଟରେ କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ୪୦ ଏକର ଜାଗାରେ ନିର୍ମାଣ ହେବ ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନସର ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ କେନ୍ଦ୍ର । ୨ ବର୍ଷ ଭିତରେ ଏହା ନିର୍ମାଣ ପାଇଁ ଲକ୍ଷ୍ୟ ରାଜ୍ୟ ସରକାର ରଖିଛନ୍ତି । ଯାହା ଆଗାମୀ ଦିନରେ ଏକ ଷ୍ଟେଟ ଅଫ ଆର୍ଟରେ ପରିଣତ ହେବ ବୋଲି ନବୀନ ଆଶା କରିଛନ୍ତି ।

Naveen Lays Foundation Stone Of Two Cancer Care Institutes In Bhubaneswar

ରାଜ୍ୟକୁ ଖୁବଶୀଘ୍ର ମିଳିବ ଆଉ ଏକ ବିଶାଳ ସ୍ୱାସ୍ଥ୍ୟ ଭିତ୍ତିଭୂମି । ପୂର୍ବ ପ୍ରତିଶ୍ରୁତି ପୂରଣ କରି ମୁଖ୍ୟମନ୍ତ୍ରୀ ଆଜି ସ୍ୱପ୍ନକୁ ଦେଇଛନ୍ତି ବାସ୍ତବ ରୂପ । ଘୋଷଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଉପହାରରେ ଦେଇଛନ୍ତି ବିଶ୍ୱସ୍ତରୀୟ କର୍କଟ ହସ୍ପିଟାଲ ଓ ପାଲିଏଟିଭ କେୟାର ସେଣ୍ଟର । ଖୋର୍ଦ୍ଧା ଜଟଣୀ ନିକଟ ଇନଫୋଭ୍ୟାଲି ମୌଜାରେ କ୍ୟାନସର ହସ୍ପିଟାଲର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଆଗାମୀ ୨ ବର୍ଷ ଭିତରେ ସମ୍ପୂର୍ଣ୍ଣ ହୋଇ ଏହା ରାଜ୍ୟବାସୀଙ୍କୁ ସେବା ଯୋଗାଇ ଦେବ ।

Naveen Lays Foundation Stone Of Two Cancer Care Institutes In Bhubaneswar

ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ କିଛିଦିନ ତଳେ ଏହି ହସ୍ପିଟାଲ ନିର୍ମାଣ ପାଇଁ ୩୪୦ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ । ଏଥିପାଇଁ ଦରକାରୀ ଜମି ଏବଂ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏଠାରେ ଯେଉଁଦିନ ପ୍ରଥମ କ୍ୟାନସର ରୋଗୀ ଚିକିତ୍ସା ହୋଇ ସୁସ୍ଥ ହେବ ସେହିଦିନ ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ବାଗଚୀ ଦମ୍ପତି ।

Naveen Lays Foundation Stone Of Two Cancer Care Institutes In Bhubaneswar

ଓଡ଼ିଶାର କ୍ୟାନସର ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ୪୦ ଏକର ଜାଗାରେ ବାଗଚୀ- ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ କେୟାର ସେଣ୍ଟର ନାମରେ ଦୁଇଟି ଅନୁଷ୍ଠାନ ଏଠି କାର୍ଯ୍ୟ କରିବ । ବାଗଚୀ କରୁଣାଶ୍ରୟ କେୟାର ସେଣ୍ଟରରେ ୧୧୦ଟି ବେଡ୍ ରହିବ । ଶ୍ରୀଶଙ୍କର ହସ୍ପିଟାଲର ମୁଖ୍ୟ ଡାକ୍ତର କରୁଣାନାଥ, କରୁଣାଶ୍ରୟ ଟ୍ରଷ୍ଟର ମୁଖ୍ୟ ଗୌମିତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ସମସ୍ତ  ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply