ହିଞ୍ଜିଳିରେ ମୁଖ୍ଯମନ୍ତ୍ରୀ ତଥା ବିଜେଡିର ଶୀର୍ଷ ତାରକା ପ୍ରଚାରକ ନବୀନ ପଟ୍ଟନାୟକ

1 min read

ହିଞ୍ଜିଳି : ହିଞ୍ଜିଳିରେ ପହଞ୍ଚିଲେ ମୁଖ୍ଯମନ୍ତ୍ରୀ ତଥା ବିଜେଡିର ଶୀର୍ଷ ତାରକା ପ୍ରଚାରକ ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି । ତାଙ୍କ ସହ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଫୁଙ୍କିବେ ବିଜୟର ଶଙ୍ଖ । ଭୁବନେଶ୍ୱର ବାହାରିବା ପରେ ପ୍ରଥମେ ଶଙ୍କର ଆଇ ହସ୍ପିଟାଲ ହେଲିପ୍ୟାଡରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପରେ ସମରଝୋଳ ଜନସଭାକୁ ଯାଇଥିଲେ। ହିଞ୍ଜିଳି ସମରଝୋଳରେ ଆୟୋଜିତ ଜନସଭାରେ ପୀୟ ହିଞ୍ଜିଳିବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ପ୍ରୀୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଲୋକଙ୍କର ଭିଡ ଦେଖିବାକୁ ମିଳିଛି । ବିକାଶର ଶିଖର ଛୁଇଁଥିବା ଓଡ଼ିଶା ଆଜି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି । ଦେଶର ଏକ ନମ୍ବର ରାଜ୍ୟର ମାନ୍ୟତା ପାଇଥିବା ଓଡ଼ିଶାର ବିକାଶକୁ ଆଗକୁ ଏମିତି ଜାରି ରଖିବା ପାଇଁ ନିବେଦନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସାମିଲ ହେବେ। ରାଜ୍ଯ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ତଥା ଫାଇଭ-ଟି ଅଧୀନରେ ଚାଲିଥିବା ରୂପାନ୍ତରଣ ରାଜ୍ଯରେ ମୁଖ୍ଯମନ୍ତ୍ରୀଙ୍କ ଲୋକପ୍ରିୟତାକୁ ବଢ଼ାଇଛି। ଚବିଶ ନିର୍ବାଚନ ଲାଗି ମୁଖ୍ଯମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବା ଦଳରେ ଉତ୍ସାହ ସୃଷ୍ଟି କରିଛି।